ରାହୁଲଙ୍କ ହାତରେ ହାତ ମିଶାଇ ଚାଲିଲେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୯ ଦିନର ବିରତୀ ପରେ ଆଜି ପୁଣିଥରେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ରାହୁଲଙ୍କର ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି ବହୁ ଜ୍ଞାନୀଗୁଣି ବୁଦ୍ଧିଜୀବୀ। ସିନେ ତାରକାଙ୍କ ସହ ଅର୍ଥନୀତିଜ୍ଞ ଓ ବଡ଼ ବଡ଼ ପଦବୀରେ ରହି ସାରିଥିବା ଅଫିସରମାନେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇ ଏହାକୁ ଆହୁରି ଚର୍ଚ୍ଚିତ କରିଦେଉଛନ୍ତି।

Omkar Vasthu
Omkar Vasthu

ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଆଜି ରାହୁଲଙ୍କ ସହ ଯାତ୍ରାରେ ଯୋଗ ଦେଇଛନ୍ତି ଭାରତର ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା (R&AW)ର ପୂର୍ବତନ ମୁଖ୍ୟ ଅମରଜିତ ସିଂହ ଦୌଲତ। ମଙ୍ଗଳବାର ସେ ଭାରତ  ଯୋଡ଼ ଯାତ୍ରାରେ ଯୋଗ ଦେଇ ରାହୁଲଙ୍କ ହାତରେ ହାତ ମିଶାଇ ଚାଲୁଥିବାର ଦେଖାଯାଇଛି।

Pearl dental clinic
Near Ashish Medical Store, Bhawanipatna

ଏହି ଫଟୋ କଂଗ୍ରେସ ତାର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଶେୟାର କରି ସୂଚନା ଦେଇଛି। ଏହି ଫଟୋରେ RAWର ପୂର୍ବତନ ମୁଖ୍ୟ ରାହୁଲଙ୍କ ହାତ ଧରି ଦିଲ୍ଲୀର ବାବରପୁର ଏରିଆରେ ଚାଲୁଥିବାର ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ରାଜସ୍ଥାନରେ ହେଉଥିବା ରାହୁଲଙ୍କର ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଥିଲେ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନ। ସେହିପରି ଦିଲ୍ଲୀରେ ୨୪ ଡିସେମ୍ବରେ ଦକ୍ଷିଣୀ ସୁପରଷ୍ଟାର ତଥା ମକ୍କଲ ନିଧୀ ମାୟାମ ଦଳର ନେତା କମଲ ହସନ ରାହୁଲଙ୍କ ସହ ପଦଯାତ୍ରାରେ ଯୋଗ ଦେଇଥିଲେ। ତା ସହିତ ବଲିଉଡ୍ ଆକ୍ଟର ପୂଜା ଭଟ, ସ୍ୱରା ଭାସ୍କର ଆଦି ଅଭିନେତ୍ରୀମାନେ ମଧ୍ୟ ରାହୁଲଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇସାରିଛନ୍ତି।

ସୂଚନା ଥାଉକି ଆଜି ପୁଣିଥରେ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀଙ୍କର ଏହି ପଦଯାତ୍ରା ଗାଜିଆବାଦର ଲୋନୀ ବର୍ଡର ଦେଇ ୟୁପିରେ ପ୍ରବେଶ କରିଛି। ଜାନୁଆରୀ ୩-୫ ପର୍ଯ୍ୟନ୍ତ ୟୁପିରେ ଏହି ଯାତ୍ରା ଜାରି ରହିବ। ପରେ ଜାନୁଆରୀ ୬ ତାରିଖରେ ହରିୟାଣା ଦେଇ ୧୧ ତାରିଖରେ ପଞ୍ଜାବରେ ପ୍ରବେଶ କରିବ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.