ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପାଷ୍ଟିକୁଡି ପଞ୍ଚାୟତର ବେଲାମାଳ ଗାଁରେ ଜ୍ଞାନର ଦେବୀ ମାତା ସାବିତ୍ରୀ ବାଈ ଫୁଲେଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କେସିଙ୍ଗା ପକ୍ଷରୁ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ବୂଦ୍ଧ ବନ୍ଦନା ସହ ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ ସହ ଗୀରୀଜା ବେହେରା ତ୍ରୀଶରଣ ଗାନ କରିଥିଲେ । ବେଳାମାଳ ଗାଁ ସଭାପତି ଅଗସ୍ତି ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋନ ସଭାପତି ଯୁଧିଷ୍ଠିର ଭକ୍ତ, ସମ୍ପାଦକ ଡମ୍ବରୁଧର କରୁଆଁ ଉପସଭାପତି କୃତିବାସ ନିଆଁଲ, ଉପଦେଷ୍ଟା ମନୁ ଦୁର୍ଗା, କୋଷାଧ୍ୟକ୍ଷ ନୁତନ ନାଏକ, ସହ ସମ୍ପାଦକ ବାବୁଲି ବିଶି, ଅଭିରାମ ବିଶି, ଜୟଚନ୍ଦ୍ର ଦୁର୍ଗା, ଭବାନି ବିଶି, ଅଭିଲାଷ ବେହେରା ଉପସ୍ଥିତରେ ମୁଖ୍ୟ ଅତିଥି ଜିଲ୍ଲା ସଭାନେତ୍ରୀ ଏଓଏସସିଏଫକେ ଧିମତୀ ବିଜୟା ସ୍ବର୍ଣ୍ଣାଙ୍କୁ ମହିଳା ମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସାମାଜିକ ଉପମୁଖ୍ୟ ଗୀରିଜା ବେହେରା, ଜିଲ୍ଲା ଯୁବ ସଂଗଠନର ମୁଖ୍ୟ ତେଜରାଜ ବେହେରା ଉପସ୍ଥିତ ହୋଇ ସାବିତ୍ରୀ ବାଈ ଫୁଲେଙ୍କ ସଂଘର୍ଷମୟ ଜିବନୀ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ ପରିଚାଳନାରେ ଉପସ୍ଥିତ ମହିଳାମାନଙ୍କୁ ସାମାଜିକ ସଂସ୍କାର ଓ ଶିକ୍ଷାର ଅଧିକାର ପାଇଁଁ ବୁଝାଇଥିଲେ। ବୈକୁଣ୍ଠ ଶିଖା, ଜଗତରାମ ସୁନା ଓ ଇନ୍ଦ୍ର ଶିଖା ସମସ୍ତ ଉପସ୍ଥିତ ମହିଳା ଏବଂ ସଭାରେ ଉପସ୍ଥିତ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।