କୋକସରା ମା’ ବନଦୁର୍ଗା ଟ୍ରେଡର୍ସରେ GST ଚଢ଼ାଉ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସଦର ମହକୁମା ଚିଲିଗୁଡା ସ୍ଥିତ ମା’ ବନଦୁର୍ଗା ଟ୍ରେଡର୍ସରେ ସୋମବାର ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରଯାଇଛି । ଭବାନୀପାଟଣା, ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ଡେପୁଟି କମିଶନର ସମୀର ମାଝୀଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରିବା ସହ ଦୋକାନରେ ଥିବା ଅନଲାଇନ ବ୍ୟବସାୟ ତଥ୍ୟକୁ ମଧ୍ୟ ଟିକିନିଖି ଯାଞ୍ଚ କରୁଥିବା ଜଣାପଡିଛି । ବିଭଗ ପକ୍ଷରୁ ଜାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ କେତେ ପରିମାଣର ଫାଇନ ଆଦାୟ କରାଯିବ ତାହା ଖବର ଲେଖା ଯିବା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଆକଳନ ପରେ କେତେ ଟିକସ୍ ଫାଙ୍କି ହୋଇଛି ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଢ଼ାଉ ବେଳେ ଏହି ଟିମ୍ ରେ ଅତିରିକ୍ତ ସିଟି ଏବଂ ଜିଏସଟି୍ ଅଧିକାରୀ ହରେକୃଷ୍ଣ ସାହୁ, ଏମ୍ ଡି. ଆଜାରୁଦିନ ଖାଁ, ସହକାରୀ ସିଟି ଏବଂ ଜିଏସଟି୍ ଅଧିକାରୀ ଟଙ୍କଧର ସାହୁ, ସୁଧାଂଶୁ ଶେଖର ବେହେରା, ଶ୍ୟାମ ବାଗ, ଧରଣୀଧର ପୁରୋହିତ ପ୍ରମୁଖ ସାମିଲ ହୋଇଥିବାବେଳେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.