‘ବୀରତ୍ବ ଓ ସଂସ୍କୃତିର ମାଟି ଅସୁରଗଡ’

ମାଣ୍ଡେଲଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତବର୍ଷରେ ଏକ ଉନ୍ନତ ନଗର ସଭ୍ୟତାର ସ୍ବାକ୍ଷର ବହନ କରୁଥିବା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଅସୁରଗଡ ଦୁର୍ଗ ଆଜିବି ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତରେ ସଗର୍ବେ ଦଣ୍ଡାୟମାନ। ଅସୁରଗଡ ବୀରତ୍ବ ଏବଂ ସଂସ୍କୃତିର ମାଟି। ଅସୁରଗଡ କଳାହାଣ୍ଡିଆ କଳାର ଦର୍ପଣ। ଏହି ମାଟିରୁ ଆରମ୍ଭ ହୋଇଥିଲା କଳାହାଣ୍ଡିର ଜୟଯାତ୍ରା ବୋଲି ମାଣ୍ଡେଲ ଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ପରିସରରେ ପଞ୍ଚାୟତସ୍ତରୀୟ ଘୁମୁରା-୨୦୨୩ ସଫଳତାର ସହ ସମାପନ ହୋଇଯାଇଛି।
କଳାପାହାଡ଼ ମଞ୍ଚର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ଏହି ସମାରୋହର ଅଧ୍ୟକ୍ଷତା କରିଥିଲେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଶିଷ୍ଟ ଅତିଥି ଭାବେ ବିଡ଼ିଓ ବାସନ୍ତୀ ସେଠୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ମାଣ୍ଡେଲ ସମିତି ସଭ୍ୟା ସୀମନ୍ତିକା ଚାନ୍ଦ ଓ ନାଏବ ସରପଞ୍ଚ ସୁଧାଙ୍ଗନା ନାଏକ ସଞ୍ଚାସୀନ ଥିଲେ।
ଅତିଥିମାନେ କଳାହାଣ୍ଡି ତଥା ଅସୁରଗଡ ଓ ମାଣ୍ଡେଲ ମାଟିର କଳା ସଂସ୍କୃତି ଉପରେ ଆଲୋକପାତ କରିଥିବାବେଳେ ସରପଞ୍ଚ ଶ୍ରୀ ଜାଲ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କଳା ସଂସ୍କୃତିର ପୁନଃରୁଦ୍ଧାର, ଐତିହ୍ୟର ସଂରକ୍ଷଣ ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିବାସହ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
ପ୍ରାରମ୍ଭରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ଅସୁରଗଡ କଳାପାହାଡ଼ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ଅସୁରଗଡ, ଡୁମାଲପଡା, ପୁଜିପଦର ଏବଂ ମାଣ୍ଡେଲ ଗ୍ରାମ ପରିକ୍ରମା କରି ମଞ୍ଚରେ ପହଞ୍ଚିଥିଲା। ଏଥିରେ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ, ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ମହିଳାମାନଙ୍କୁ ନେଇ ହୁଳହୁଳି, ଶଙ୍ଖଫୁଙ୍କା, କେଶସଜ୍ଜା ଓ ଝୋଟି ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଗାଇଜଗାଳୀ ଠାରୁ ଆରମ୍ଭ କରି ଦରଜୀ, ଜୈବିକ ଚାଷ କରୁଥିବା କୃଷକ, ବୁଦ୍ଧିଜୀବୀ, କଳାକାର, ଶିକ୍ଷାବିତଙ୍କ ସମେତ ମୋଟ ୨୭ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ସମ୍ମାନୀତ କରାଯାଇଥିଲା।
ଏଥିରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ପ୍ରାଚୀନ ଲୋକକଳା ସଂଚାର, ସାରଙ୍ଗୀ, ଖଞ୍ଜଣୀ ସହ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଦ୍ବାରା ବିଭିନ୍ନ ନୃତ୍ୟ, ସଂଗୀତ ପରିବେଷିତ ହୋଇଥିଲା।  ଲୋକନୃତ୍ୟରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ। ଏହି ଅବସରରେ ପଞ୍ଚାୟତ ସ୍ତରର କୃତି ଫୁଟବଲ ଓ ଭଲିବଲ ଟିମକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବରେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ଷ୍ଟଲ ଲାଗିଥିଲା। ଏଥିରେ ପଞ୍ଚାୟତର ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, କୃଷି ଓ ମତ୍ସ୍ୟ ବିଭାଗର କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆରତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଆରଏସ ଅଂଶୁମାନ ବୁଦ୍ଧିଆ, ଯୋଗାଣ ସହାୟକ ବାସବ ମହାନନ୍ଦଙ୍କ ସମେତ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ। ଉତ୍ସବ ଦେଖିବା ପାଇଁ ଦୁଇ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.