ଓଡ଼ିଆ ପୁଅ ରଞ୍ଜିତ ପାଣିଙ୍କ କମାଲ୍: ଜାତୀୟ ଯୁବ ମହୋତ୍ସବର ଭାଷ୍କର୍ଯ୍ୟ କଳା ପ୍ରତିଯୋଗିତାରେ ପାଇଲେ ପ୍ରଥମ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କର୍ଣ୍ଣାଟକର ହୁବଲୀ ଧରୱାର୍ଡଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ରଞ୍ଜିତ କୁମାର ପାଣି ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣି ଆସିଛନ୍ତି। ଓଡ଼ିଶାରୁ ରଣଜିତ କୁମାର ପାଣି ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ କର୍ଣ୍ଣାଟକର ଲୋହିତ ଏମ୍. ହେରମାଥ ଦ୍ବିତୀୟ ଓ ଦିଲ୍ଲୀରୁ ତନ୍ମୟ ପାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ଷରବେରଣୀ ଗ୍ରାମର ପ୍ରଦ୍ୟୁମ୍ନ କୁମାର ପାଣୀ ଓ କାଦମ୍ବିନୀ ପାଣୀଙ୍କ ସୁପୁତ୍ର ରଞ୍ଜିତ ଭୁବନେଶ୍ୱର ସ୍ଥିତ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର। ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ରଞ୍ଜିତ ଓଡ଼ିଶାର ମନ୍ଦିର, ପରମ୍ପରା, ଗ୍ରାମ୍ୟଜୀବନ ଓ ସଂସ୍କୃତିକୁ ଆଧାରକରି ଗଢ଼ିଥିଲେ ତାଙ୍କ ଭାସ୍କର୍ଯ୍ୟ। ଉକ୍ତ ଭାସ୍କର୍ଯ୍ୟଟି ପ୍ରଥମ ସ୍ଥାନରେ ପୁରସ୍କୃତ ହେବା ସହ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଥିଲା। କାଠ, ଟେରାକାଟା ଓ ପଥର ମାଧ୍ୟମରେ ଭାସ୍କର୍ଯ୍ୟଗୁଡ଼ିକ କରିଥାନ୍ତି ରଞ୍ଜିତ। ଉତ୍ସବ ଅବସରରେ ସେ ମୃଣ୍ମୟ ଭାସ୍କର୍ଯ୍ୟ ତିଆରି କରିଥିଲେ। ରଞ୍ଜିତ ପାଣିଙ୍କୁ ଧଉଳି ଚାରୁ ଓ ଚାରୁକଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ତଥା ସମାଜସେବୀ ଶୁଶାନ୍ତ କୁମାର ସାହୁ ଏବଂ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.