ଅନ୍ୟର ମନ ପଢ଼ିପାରୁଥିବା ବାବା ବାଗେଶ୍ବରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ବଡ଼ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅନ୍ୟକୁ ଦେଖି ମନ ପଢି ପାରୁଛନ୍ତି ଛତିଶଗଡ ରାୟପୁରରେ ବାବା ବାଗେଶ୍ୱର ଓରଫ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଏହାକୁ ନେଇ ଏବେ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହାରି ଭିତରେ ବଦ୍ରିକାପୀଠେଶ୍ୱର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକେତେଶ୍ୱରନନ୍ଦ ସରସ୍ୱତୀ ବାଗେଶ୍ୱର ଧାମକୁ ନେଇ ବଡ ବୟାନ ଦେଇଛନ୍ତି। ଯଦି ସେ ଏପରି ଚମତ୍କାର କାମ କରିପାରୁଛନ୍ତି ତାହେଲେ ଭାଙ୍ଗିଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠକୁ ଅଟକାଇ ଦେଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଅଭିମୁକେତେଶ୍ୱରନନ୍ଦ କହିଛନ୍ତି ଯେ ଆମେ ତାଙ୍କ ବିଷୟରେ (ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ) ବ୍ୟକ୍ତିଗତ ଭାବେ ଜାଣିନାହୁଁ। ସେ କହିଛନ୍ତି ଯେ ଯଦି ସେ କିଛି ଚମତ୍କାର କରୁଛନ୍ତି ଏବଂ ଯଦି ଏହା ଜନସାଧାରଣଙ୍କ ପାଇଁ ଭଲ କରୁଛନ୍ତି, ତେବେ ଏହା ଭଲ। ଅନ୍ୟଥା ସବୁକିଛି ଏକ ଭ୍ରମ ଛଡା ଆଉ କିଛି ନୁହେଁ। ତେଣୁ ଯଦି ସତରେ କିଛି ଚମତ୍କାର କରିପାରୁଛନ୍ତି ତାହେଲେ ବାଗେଶ୍ୱର ଉତ୍ତରାଖଣ୍ଡରେ ଧସିଯାଉଥିବା ପୀଠକୁ ଉଦ୍ଧାର କରି ଦେଖାନ୍ତୁ। ଯଦି ନିଜର ଚମତ୍କାର ଦେଖାଇଦେବେ ସେ ତାହେଲେ ତାଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାୟପୁରର ବାଗେଶ୍ବର ଧାମରେ ଏହି ବାବା ବସିଛନ୍ତି। ହଜାର ହଜାର ତାଙ୍କ ଅନୁଗାମୀ ଆସୁଛନ୍ତି। ନିଜ ନିଜର ଅତୀତ ଏବଂ ଭବିଷ୍ୟତ ସହିତ ବର୍ତ୍ତମାନର ସ୍ଥିତି ବାବଦରେ ଜାଣିବାକୁ ଆଗ୍ରହ ରଖୁଛନ୍ତି। ଏହି ବିଜ୍ଞାନ ଯୁଗରେ ବାବାଙ୍କ କରିସ୍ମା ଦେଖିବାକୁ କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ସାମ୍ବାଦିକ, ନେତା, ଅଭିନେତା ଓ ବ୍ୟବସାୟୀଙ୍କ ଧାଡି ଲାଗୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

ବାବା ବାଗେଶ୍ବର କହିଛନ୍ତି, ସେ ଯେକୌଣସି ଲୋକଙ୍କୁ ଦେଖି ତାଙ୍କର ଅତୀତ ଓ ଭବିଷ୍ଯତ କହିପାରିବେ। ଏହା ଅନ୍ଧବିଶ୍ୱାସ ନୁହଁ ବରଂ ତାଙ୍କ ଇଷ୍ଟଦେବତା ବାଲାଜୀଙ୍କ କୃପାରୁ ସେ ଏପରି ଦିବ୍ୟଶକ୍ତି ପାଇଛନ୍ତି ବୋଲି ଦାବି କରିଛନ୍ତି। ନିକଟରେ ଦେଶରେ ବଢୁଥିବା ଧର୍ମାନ୍ତୀକରଣକୁ ନେଇ ବୟାନ ଦେଇଥିଲେ। ଏହାପରେ ତାଙ୍କୁ କିଛି ଗୋଷ୍ଠୀ ଟାର୍ଗେଟ କରୁଛନ୍ତି ବୋଲି ଏହି ୨୬ ବର୍ଷୀୟ ବାବା କହିଛନ୍ତି। କିଛି ସଂଗଠନ ମଧ୍ୟ ଏପରି ଭବିଷ୍ୟଣବାଣୀକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବାବାଙ୍କ ଅନୁଗାମୀ କହିଛନ୍ତି, ଅନ୍ୟଧର୍ମରେ ବି ଏପରି ବାବା ରହିଛନ୍ତି। କିଛି ବ୍ୟକ୍ତି କେବଳ ହିନ୍ଦୁ ଧର୍ମକୁ ବଦନାମ କରିବାକୁ ବାଗେଶ୍ୱରଙ୍କୁ ବଦନାମ କରୁଛନ୍ତି ବୋଲି ସୋଶିଆଲ ମିଡିଆରେ ମତ ପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.