ନୈରାଶ୍ୟଜନକ ପ୍ରଦର୍ଶନ, ରାଞ୍ଚିରେ ଭାରତକୁ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

ଓଡ଼ିଆ ବାର୍ତ୍ତା/ ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି -୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଭାରତକୁ ହରାଇଛି। ଯଦିଓ ଟିମ୍ ଇଣ୍ଡିଆର ୱାଶିଂଟନ୍ ସୁନ୍ଦର ଦଳ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ହେଲେ ଦଳ ହାରିଛି। ସୁନ୍ଦର ଅର୍ଦ୍ଧଶତକ ହାସଲ କରିବା ସହିତ ୱିକେଟ୍ ମଧ୍ୟ ନେଇଥିଲେ। ହେଲେ ଦଳ ନିର୍ଦ୍ଦାରିତ ଓଭରରେ ଆବଶ୍ୟକ ରନ୍ କରିବାରେ ବିଫଳ ହେବାରୁ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୦-୧ରେ ରହିଛି।ପ୍ରଥମେ ବ୍ୟାଟିଂ କରିଥିଲା ବ୍ଲାକ କ୍ୟାପ୍ ଟିମ୍। ପରେ ୧୭୭ ରନର ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିଲା ମ୍ୟାନ୍ ଇନ ବ୍ଲୁ। ତେବେ ଦଳର ଯୁବ ପ୍ରତିଭା ତଥା ଓପନର ଶୁଭମନ ଗିଲ ଏବଂ ଇଶାନ କିଶନ ଭଲ ବ୍ଯାଟିଂ କରିନପାରି ଦର୍ଶକଙ୍କୁ ନିରାଶ କରିଥିଲେ।ମାତ୍ର ୪ ରନ୍ କରିବା ପରେ ଇଶାନ ଏବଂ  ୭ ରନ୍ କରିବା ପରେ ଶୁଭମନ ଆଉଟ୍ ହୋଇଯାଇଥିଲେ। ରାହୁଲ ତ୍ରିପାଠୀ ମଧ୍ୟ ରନ୍ କରିପାରିନଥିଲେ। ତେଣୁ ଆରମ୍ଭରୁ ଦଳ ପାଇଁ ଚାପ ସୃଷ୍ଟି ହୋଇଥିଲେ ମଧ୍ୟ ସୁର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରିଥିଲେ। ସେ ୩୪ ବଲରେ ୪୭ ରନକରିଥିଲେ। ଏହି ଇନିଂସରେ ସୂର୍ଯ୍ୟକୁମାର ୬ଟି ଚୌକା ଓ ୨ ଛକା ମାରିଥିଲେ। କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ୍ କରିଥିଲେ। ତେବେ ଦୀପକ ହୁଡା କିଛି ବିଶେଷ ଭଲ ରନ୍ କରିପାରିନଥିଲେ। ସେ ୧୦ ବଲରେ ୧୦ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଅନ୍ୟ ବ୍ୟାଟସମ୍ୟାନ ମଧ୍ୟ ଭଲ ଖେଳିନପାରିବାରୁ ଟିମ୍ ଇଣ୍ଡିଆ ଆଜି ମ୍ୟାଚ ହାରିଛି। ଭାରତ ୧୫୫/୯ ରନ୍ କରିବାରେ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଡାରିଲ ମିଚେଲ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୦ଟି ବଲରେ ଅପରାଜିତ ୫୯ ରନ୍ କରିଥିଲେ। ମିଚେଲ ୬ଟି ଛକା ଓ ୩ଟି ଚୌକା ମାରିଥିଲେ। ସେହିପରି ଅନ୍ୟତମ ବ୍ୟାଟସମ୍ୟାନ ଡିଭନ୍ କନୱେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୫ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୭ ଚୌକା ଓ ଗୋଟିଏ ଛକା ମାରିଥିଲେ। ଫିନ୍ ଆଲେନ୍ ୨୩ ବଲରେ ୩୫ ରନ୍ କରିଥିଲେ। ଆଲେନ୍‌ଙ୍କ ଇନିଂସରେ ୪ ଚୌକା ଓ ୨ଟି ଛକା ସାମିଲଥିଲା।ଭାରତ ପାଇଁ ଚମତ୍କାର ବୋଲିଂ କରୁଥିବାବେଳେ ୱାଶିଂଟନ୍ ସୁନ୍ଦର ୨ ୱିକେଟ୍ ନେଇଥିଲେ। ସେ ୪ ଓଭରରେ ୨୨ ରନ୍ ଦେଇଥିଲେ। ୪ ଓଭରରେ ୨୦ ରନ୍ ଦେଇ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୩ ଓଭରରେ ୩୩ ରନ୍ ଦେଇଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.