ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ

କ୍ଷେତ୍ର-କ୍ଷେତ୍ରଜ୍ଞ-ବିଭାଗ-ଯୋଗଃ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ଏବଂ ଯୁବ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତିଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ କେନ୍ଦ୍ରାପଡାରୁ ଶିଶୁକବି ସୁଶ୍ରୀ ଦିବ୍ୟାଂଶୀ ମହାନ୍ତି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ବିନୋଦିନୀ ଦାଶ ଅତିଥି ପରିଚୟ, ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ। ତ୍ରୟୋଦଶ ଅଧ୍ୟାୟର ଦଶଟି ଶ୍ଲୋକ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ଭାବଗ୍ରାହୀ ମିଶ୍ର।

Omkar Vasthu
Omkar Vasthu

ତ୍ରୟୋଦଶ ଅଧ୍ୟାୟ: କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗ ଯୋଗରେ ହୋଇଥିବା ଆଲୋଚନାର କିୟଦଂଶ:-

Pearl dental clinic
Near Ashish Medical Store, Bhawanipatna

ଅର୍ଜୁନ ପ୍ରକୃତି, ପୁରୁଷ, କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞାନ ଓ ଜ୍ଞେୟ ବିଷୟରେ ଜାଣିବାକୁ ଇଛୁକ! କୃଷ୍ଣ କହିଲେ ଏ ଶରୀର ହେଉଛି କ୍ଷେତ୍ର ଓ ଯିଏ ଶରୀର ସମ୍ବନ୍ଧରେ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ! ବଦ୍ଧଜୀବ ଭୌତିକ ସ୍ଥିତିରେ ବନ୍ଧା ହୋଇଛି ଏବଂ ସେ ଭୂତପ୍ରକୃତିର ପ୍ରଭୁ ହୋଇ ତାକୁ ଉପଭୋଗ କରିବାକୁ ଚେଷ୍ଟା କରୁଛି, ତେଣୁ ଭୂତ ପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ତାର କ୍ଷମତା ଅନୁଯାୟୀ ସେ ଏକ କର୍ମକ୍ଷେତ୍ର ପାଇଛି! ସେ କର୍ମକ୍ଷେତ୍ର ହେଉଛି ଶରୀର ଓ ଶରୀର ଇନ୍ଦ୍ରିୟମାନଙ୍କ ଦ୍ୱାରା ଗଢ଼ା।

Udyog Nursery
Udyogi Nursery

ଆଲୋଚନା ସମୟରେ ଓଡ଼ିଶାର ମୂର୍ଦ୍ଧନ୍ୟ ପଣ୍ଡିତ ପ୍ରଫୁଲ୍ଲ ଆଚାର୍ଯ୍ୟ (ଯାଜପୁର), ପଣ୍ଡିତ ଶ୍ୟାମସୁନ୍ଦର ଦାଶ (ବଲାଙ୍ଗୀର), ପଣ୍ଡିତ ଚାଣ୍ଡାଳ ମିଶ୍ର (ବଲାଙ୍ଗୀର), ପଣ୍ଡିତ ନିରଞ୍ଜନ ସାହୁ (ଭୁବନେଶ୍ୱର), ପଣ୍ଡିତ ଅନାଦି ଚରଣ ମାହାଳି, ପ୍ରବାଚିକା ସଂଯୁକ୍ତା ରାଉତ ଆଦିଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ। ଗୀତାମୃତ ପାରାୟଣର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ବରେଣ୍ୟ ପଣ୍ଡିତ ବିଦ୍ବାନ ମଣ୍ଡଳୀ ସମସ୍ତେ ଗୀତାମୃତ କାର୍ଯ୍ୟକ୍ରମ ଉପରେ ସମ୍ୟକରେ କଥା ରଖିଥିଲେ। ଏହି ବାର୍ଷିକ ଗୀତାମୃତ ଉତ୍ସବରେ ପରିବାରର ସମସ୍ତ ସତସଙ୍ଗୀ ଭାତୃଭଗିନୀ ଏକବର୍ଷର ଅନୁଭୂତି ଭାବବିହ୍ବଳିତ ହୋଇ ପ୍ରକାଶ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.