ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ

ଠିକାଦାର ଓ ଯନ୍ତ୍ରୀ ମଧ୍ଯରେ ମଧୁଚଦ୍ରିକା!

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କାମ ଆରମ୍ଭରେ ଠିକାଦାର କାର୍ଯ୍ୟର ଫଳକ ଲଗାଇବା କଥା କିନ୍ତୁ ତାହା ବର୍ତ୍ତମାନ କାମ ଅଧା ହେବାକୁ ଗଲାଣି ଫଳକ ଦେଖିବାକୁ ମିଳୁନାହିଁ। ଯାହା ଫଳରେ କାର୍ଯ୍ୟର ଅଟକଳ ମୂଲ୍ୟ କେତେ, ରାସ୍ତାର ଦୈର୍ଘ୍ୟ, ଓସାର ଓ ଉଚ୍ଚତା କେତେ ଓ କାର୍ଯ୍ୟ ଆରମ୍ଭ ତାରିଖ ଠିକାଦାର କିଏ କେଉଁ ବିଭାଗ କାର୍ଯ୍ୟ ତୁଲାଇ ଆସୁଛି ତାହା ଜାଣି ପାରୁନାହାନ୍ତି ସାଧାରଣ ଲୋକ ଓ ଗ୍ରାମବାସୀ। ଯାହା ଫଳରେ ରାସ୍ତା କାର୍ଯ୍ୟ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ରାସ୍ତାରେ କ୍ରଶର ମେଟାଲ ବ୍ୟବହାର ହେଉଥିଲେ ମଧ୍ୟ ତାହା ଅତି ନିମ୍ନମାନର ଏବଂ ଛୋଟ ଛୋଟ ହୋଇଥିବା ବେଳେ ମୋରମ ସହ ଠିକ୍ ସେ ରୋଲିଂ ଓ ପାଣି ପକାଯାଉ ନାହିଁ। ଯାହା ଫଳରେ ରାସ୍ତା ଦୀର୍ଘ ଦିନ ସ୍ଥାୟୀତ୍ବ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଏହି ଠିକାଦାର ଜଣକ ବିଭିନ୍ନ ସ୍ଥାନରେ ନିମ୍ନ ମାନର କାମ କରିଥିବା ନଜିର ରହିଛି। କାମ ନିମ୍ନ ମାନର ହେଉଥିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଅଭିଳାଷ ପରମଗୁରୁ ମିଶ୍ରଙ୍କ ସହ ଯୋଗାଯୋଗ କରି ଅଭିଯୋଗ କରିବା ପରେ ଯନ୍ତ୍ରୀ ଜଣକ ଠିକାଦାରକୁ ତାଗିଦ କରିବା ବଦଳରେ ଘଣ୍ଟ ଘୋଡାଉ ଥିବା ଅଭିଯୋଗକାରୀଙ୍କୁ ସଫେଇ ଦେଉଛନ୍ତି ଯେ ୧୩ ପ୍ରତିଶତ କମରେ ଠିକାଦାର କାମ ନେଇଛନ୍ତି ଏଣୁ ରାସ୍ତା ଏପରି ହିଁ ହେବ। ଏହା ଶୁଣିବା ପରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୂଚଦ୍ରିକା କେତେ ରହିଛି ତାହା ବାରିହୋଇ ପଡୁଛି। ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସୁବାଷ ଚଦ୍ର ପାତ୍ର ଏଥି ପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତାକୁ ରୋକିବା ସହ ଠିକାଦାରଙ୍କୁ ତାଗିଦ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.