ଯାତ୍ରୀ ଜଣଙ୍କ ପାଟନାକୁ ଟିକେଟ୍ କାଟିଥିଲେ, କିନ୍ତୁ ଓହ୍ଲାଇଲେ ଉଦୟପୁରରେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଖାମଖିଆଲିର ଚରମସୀମାରେ ଇଣ୍ଡିଗୋ ଏୟାରଲାଇନ୍ସ। କର୍ମଚାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଜଣେ ଯାତ୍ରୀଙ୍କୁ ବିହାରର ପାଟନା ପରିବର୍ତ୍ତେ ରାଜସ୍ଥାନର ଉଦୟପୁରରେ ଓହ୍ଲାଇବାକୁ ପଡିଛି। ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ 20 ଦିନ ମଧ୍ୟରେ ଇଣ୍ଡିଗୋ ବିମାନରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଜାନୁଆରୀ 13ରେ ଇନ୍ଦୋର ପାଇଁ ବିମାନ ଟିକେଟ ଏବଂ ବୋର୍ଡିଂ ପାସ କରିଥିବା ଜଣେ ଯାତ୍ରୀ ଭୁଲ ବିମାନରେ ଚଢି ନାଗପୁରରେ ଓହ୍ଲାଇଥିଲେ।

Omkar Vasthu
Omkar Vasthu

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଫସର ହୁସେନ୍ ନାମକ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନ 6E-214 ମାଧ୍ୟମରେ ପାଟନାକୁ ଟିକେଟ ବୁକ୍ କରି ନିର୍ଦ୍ଧାରିତ ବିମାନରେ ଯାତ୍ରା କରିବା ପାଇଁ ଜାନୁଆରୀ 30 ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ଭୁଲରେ ସେ ଇଣ୍ଡିଗୋର ଉଦୟପୁର ବିମାନ 6E-319 ରେ ଚଢିଯାଇଥିଲେ|

Pearl dental clinic
Near Ashish Medical Store, Bhawanipatna

ଯାତ୍ରୀଜଣଙ୍କ ଉଦୟପୁର ବିମାନବନ୍ଦରରେ ଅବତରଣ କରିବା ପରେ ଭୁଲ୍ ବିମାନରେ ଚଢିଥିଲେ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ଉଦୟପୁର ବିମାନବନ୍ଦରରେ ଥିବା ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ସେହି ଦିନ ଦିଲ୍ଲୀ ଏବଂ ପରେ ଜାନୁଆରୀ 31ରେ ପାଟନାକୁ ଆସିଥିଲେ ସେ। ଡିଜିସିଏ ଅଧିକାରୀ କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ରିପୋର୍ଟ ଖୋଜୁଛୁ ଏବଂ ବିମାନ ସେବା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Udyog Nursery
Udyogi Nursery

ସେ କହିଛନ୍ତି ଯେ ତଦନ୍ତରେ ଯାତ୍ରୀଙ୍କ ବୋର୍ଡିଂ ପାସ୍ କାହିଁକି ସଠିକ୍ ସ୍କାନ୍ କରାଯାଇ ନାହିଁ ଏବଂ ନିୟମ ଅନୁଯାୟୀ ବୋର୍ଡିଂ ପାସ୍ ଦୁଇଟି ପଏଣ୍ଟରେ ଯାଞ୍ଚ କରାଯାଏ, ତା’ପରେ ସେ କିପରି ଭୁଲ ବିମାନରେ ଚଢିଲେ ଡିଜିସିଏ ତଦନ୍ତ କରୁଛନ୍ତି। ବିମାନ ସେବା ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ 6E319 ଦିଲ୍ଲୀ-ଉଦୟପୁର ବିମାନରେ ଜଣେ ଯାତ୍ରୀଙ୍କ ସହ ଜଡିତ ଘଟଣା ବିଷୟରେ ଆମେ ଅବଗତ।

ଏୟାରଲାଇନ୍ସ କହିଛି, ଆମେ ଏହି ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ। ଯାତ୍ରୀଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.