ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ମାଣିକେଶ୍ୱରୀ ପାଣି ପଞ୍ଚାୟତ ସଦସ୍ୟାଙ୍କୁ ନର୍ଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ସପ୍ତାହ ପାଳନ ଅବସରରେ ନର୍ଲାରେ ରହିଥିବା ସିସିଇ ରେତ ଜଳସେଚନ, ଭବାନୀପାଟଣା ମଣ୍ଡଳର ରେତ କେନାଲ -୦୨ ବିଭାଜନ ଅଧିନସ୍ଥ ମା ମାଣିକେଶ୍ୱରୀ ନଂ-୫ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କେନାଲର ଉତ୍ତମ ରକ୍ଷଣାବେକ୍ଷଣ ଜଳସେଚନର ସୁଷମ ବଣ୍ଟନ ତଥା ପାଣି ପଞ୍ଚାୟତ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଉତ୍କୃଷ୍ଟ ପାଣି ପଞ୍ଚାୟତର ମାନ୍ୟତା ସ୍ୱରୁପ ଚେକ ମାଧ୍ୟମରେ ୫୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ରେତ ଜଳସେଚନ ବିଭାଗର ନର୍ଲା ଡିଭିଜନ ୫ ନମ୍ବର ପାଣି ପଞ୍ଚାୟତ ମା ମାଣିକେଶ୍ୱରୀର ସଭାନେତ୍ରୀ ଶାନ୍ତିଲତା ନାଏକ, ସମ୍ପାଦିକା ସ୍ଵର୍ଣପ୍ରଭା ଧଗଂଡାମାଝୀ, କୋଷାଧ୍ୟକ୍ଷା ଗୋଲାପୀ ମାଝୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ରାଶି ଗ୍ରହଣ କରି ଫେରିବା ପରେ ସେମାନଙ୍କୁ ଏପେକ୍ସ ର ସଭାନେତ୍ରୀ ଚନ୍ଦ୍ରକାନ୍ତି ମେହେର, ସମ୍ପାଦକ ଶୂନ୍ୟ ମଙ୍ଗରାଜ, ରେତ ଜଳ ସେଚନ ପ୍ରକଳ୍ପର ଅଧିକାରୀ ବୃନ୍ଦ, ବରିଷ୍ଠ ଚାଷୀ ମାଧବ ନାଏକ, ଟଂକଧାର ମେହେର, ମନୋଜ ପଧାନ, ସୁନୀଲ ମହାଖୁଡ଼, ହରେରାମ ନାଏକ, ରଞ୍ଜିତ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଭବାନୀପାଟଣା ରେଳଷ୍ଟେସନରେ ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱଗାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଳସେଚନ ପ୍ରକଳ୍ପ ପାଣିପଞ୍ଚାୟତ ଏପେକ୍ସର ସଭାନେତ୍ରୀ ଭାବରେ ନିର୍ବାଚିତ ହେବା ପରଠୁ ଜଣେ ଚାଷୀ ପରିବାରର ମହିଳା ଭାବରେ ଶ୍ରମତୀ ଚନ୍ଦ୍ରକାନ୍ତୀ ମେହେରଙ୍କ ମାର୍ଗଦର୍ଶନରେ ପାଣି ପଞ୍ଚାୟତ ରେତ ଜଳସେଚନ ପ୍ରକଳ୍ପ ଭବାନୀପାଟଣା ଡିଭିଜନ ପାଣିପଞ୍ଚାୟତ ଏପେକ୍ସ ସଭାନେତ୍ରୀଙ୍କ ମାର୍ଗଦର୍ଶନରେ ଉତ୍ତମ ଭାବରେ ଜଳସେଚନ ପରିଚାଳିତ ହେଉଥିବାରୁ ଏଶ୍ରେୟ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉଦ୍ଦେଶ୍ୟରେ ଯାଉଥିବା ସମସ୍ତ ପାଣି ପଞ୍ଚାୟତର ସଭାନେତ୍ରୀ ମାନେ ମତ ବ୍ୟକ୍ତ କରିଛନ୍ତି। ମା ମାଣିକେଶ୍ୱରୀ ପାଣି ପଂଚାୟତର ସଦସ୍ୟା ମାନେ ପୁରସ୍କୃତ ହୋଇ ନର୍ଲା ଆସିବା ପରଠୁ ଶୁଭେଚ୍ଚାର ସୁଅ ଛୁଟୁଥିବା ବେଳେ ନର୍ଲାରେ ତାଙ୍କୁ ଚାଷୀ ମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଇଛି। ନର୍ଲା ଡାକ ବଙ୍ଗଳାରେ ରେତ ଜଳସେଚନ ପ୍ରକଳ୍ପ ଅଧିନସ୍ଥ ଚାଷୀ ମାନଙ୍କ ଗହଣରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲାର ତିନିଜଣ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ ଓ ଅନେକ ସରପଞ୍ଚ, ସମିତି ସଦସ୍ୟ ଏପେକ୍ସ ସଭାନେତ୍ରୀ ଚନ୍ଦ୍ରକାନ୍ତୀ ମେହେର ଓ ପାଣି ପଞ୍ଚାୟତ ର ସଦସ୍ୟା ମାନଙ୍କୁ ଏଭଳି ସଫଳତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବାରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.