ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ. ରାମପୁର ବ୍ଲକ୍ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରୁ ରଣାଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବମକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ସଭାପତିତ୍ବରେ ଗ୍ରାମୀଣ ପାର୍କ ଠାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ସମାଜ ସେବୀ ଦଳଜିତ୍ ସିଂହ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା, ଯୁବ ଶିଳ୍ପପତି ବିଭୁ ପ୍ରସାଦ ସାହୁ, ସମିତି ସଭ୍ୟା ସଙ୍ଗୀତା ମାଝୀ, ନାଏବ ସର ପଞ୍ଚ ଯୁବ ରାଣୀ ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ । ଅତିଥି ମାନେ ଶୁକ୍ରୁ ରଣା ଙ୍କ ବିଷୟରେ ନିଜ ନିଜ ଅନୁଭବ ପ୍ରକାଶ କରିଥିଲେ । ଏହି ଅବସରରେ ନୂତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସାମଲଙ୍କୁ ସ୍ଵାଗତ କରିବା ପରେ ଅବସର ପ୍ରାପ୍ତ ଶ୍ରୀ ରଣାଙ୍କୁ ମାନପତ୍ର,‌‌ ଉପାୟନ, ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଏଇ ଇ ବଳବିନ୍ଦର୍ ସିଂହ ଯାଦବ, ଜେଇ ପ୍ରବୀଣ ପାଣି, ଭବାନୀ ଶଙ୍କର ସାହୁ, ପ୍ରେମ୍ ସାଗର ନାଏକ, ଗୋଲକ ରଣା, କାହ୍ନୁ ଚରଣ ସାହୁ, ଡ୍ଡିଙ୍ଗର କିଶୋର ସାହୁ, ପ୍ରଶାନ୍ତ ସାହୁ, ପବିତ୍ର ସାହୁ ଙ୍କ ସମେତ ଅନେକ ଶୁଭେଚ୍ଛୁ ଉପ ସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.