କୈବଲ୍ୟ ସାହିତ୍ୟ ସଂସଦର ବିଶ୍ୱରେକର୍ଡ ପାଇଁ ପ୍ରୟାସ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ, କଟକ ପୃଥିବୀରେ ଗୋଟିଏ ସ୍ଵୀକୃତି ପ୍ରାପ୍ତ ଭାଷା ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବିଶ୍ଵ ରେକର୍ଡ ପାଇଁ ବର୍ଷ ୨୦୨୨ – ୨୩ ପାଇଁ ଆବେଦନ କରିଛନ୍ତି । କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ସ୍ଥାପନ କରାଯାଇଛି । ନବ କିଶୋର ସାମନ୍ତରାୟ ସ୍ମୃତି ସଂସଦ ଅଧୀନରେ ଏହା କାର୍ଯ୍ୟ କରୁଛି । ନିଜ ଅନୁଷ୍ଠାନର ମୌଳିକତାକୁ ନେଇ କାର୍ଯ୍ୟ କରୁଛି । ବର୍ଷ ୨୦୨୨ – ୨୩ ରେ ଅନୁଷ୍ଠାନ ଉଣେଇଶ ଗୋଟି ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସାହିତ୍ୟର ଏବଂ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ କାର୍ଯ୍ୟ କରି ୨୨୦୦ ରୁ ଉର୍ଦ୍ଧ କବି, ଲେଖକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରି ଉତ୍ସାହିତ କରିଛନ୍ତି । ନିଃସ୍ୱାର୍ଥପର ଓଡ଼ିଆ ସାହିତ୍ୟ ସାଧନା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ଜାରି ରଖିବ ବୋଲି ଅନୁଷ୍ଠାନର ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ପ୍ରକାଶ କରିଛନ୍ତି । ଅନୁଷ୍ଠାନରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ତିନି ହଜାରରୁ ଉର୍ଦ୍ଧ୍ବ କବି, ଲେଖକ ମାନେ କାର୍ଯ୍ୟ କରୁଛନ୍ତି । ସାହିତ୍ୟର ବିଭିନ୍ନ ବିଭାଗର ନୂତନ କାର୍ଯ୍ୟକ୍ରମ କରି ଅନୁଷ୍ଠାନ ସମସ୍ତଙ୍କର ଆସ୍ଥା ଭାଜନ ହୋଇ ପାରିଛି । ସାହିତ୍ୟର କର୍ମଶାଳା, ଦରବାର, ସ୍ୱପ୍ନମହଲ, ଆଧ୍ୟାତ୍ମିକ ମହାସଭା, ପରଜାପତି ଶିଶୁ ଉତ୍ସବ, ପର୍ଯ୍ୟଟନ କର୍ମଶାଳା, ଚିଲିକା ତୀରେ, ବାର୍ତ୍ତା ସାହିତ୍ୟ ଉତ୍ସବ, ସବୁଜିମା ସାହିତ୍ୟ , ସାହିତ୍ୟ ସଂସ୍କୃତି ଇତ୍ୟାଦି ସାହିତ୍ୟର ନୂତନ ପ୍ରୟୋଗକୁ ପାଥେୟ କରି ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟରେ ନିଜର ଗରିମା ବହୁଗୁଣିତ କରିପାରିଛି । ଇତି ମଧ୍ୟରେ ବିଶ୍ୱରେ ପ୍ରଚଳିତ ସାତ ହଜାର ଏକଶହ ଭାଷା ମଧ୍ୟରେ ଏକ କ୍ଷେତ୍ରୀୟ ପ୍ରାଦେଶିକ ଓଡ଼ିଆ ଭାଷାର ବହୁଳ ପ୍ରଚାର କାର୍ଯ୍ୟ ପାଇଁ ଅନୁଷ୍ଠାନ ତରଫରୁ ଲିମକା ବୁକ୍ ଅଫ ରେକର୍ଡ, ଗ୍ରିନିଚ ବୁକ୍ ଅଫ୍ ରେକଡସ୍, ଇଣ୍ଡିଆ ବୁକ୍ ଅଫ ରେକର୍ଡ, ନେସନାଲ ବୁକ୍ ଅଫ୍ ରେକଡସ୍ ଏହି ପରି ଚାଳିଶିରୁ ଅଧିକ ସଂସ୍ଥାକୁ ଆବେଦନ କରାଯାଇଛି । ଏହି ରେକର୍ଡ ମିଳିବା ନେଇ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଆଶାବାଦୀ । ଆଗାମୀ ଦିନରେ ନୂତନ ଶୈଳୀରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଆନୁଷ୍ଟନର ଉପଦେଷ୍ଟା ମଣ୍ଡଳୀ ମତ ପୋଷଣ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.