ଲାଂଜିଗଡ ଡିଏଭି ବେଦାନ୍ତ ସ୍କୁଲର ୧୨ତମ ବାର୍ଷିକୋତ୍ସବ “ ଭିଶିତା ୨୦୧୯ ”

ଲାଂଜିଗଡ,୨୮/୪ : ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ଆଦିବାସୀ ଇଲାକାର ବନ୍ଧୁ ସାଜିଥିବା ଡିଏଭି ବେଦାନ୍ତ ସ୍କୁଲ ତା’ର ୧୨ତମ ବାର୍ଷିକୋତ୍ସବ “ଭିଶିତା”୨୦୧୯ ପାଳନ କରିଛି । ଏକ ବର୍ଣ୍ଣାଢ୍ୟ ପରିବେଷ ମଧ୍ୟରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ ସିଓଓ ରାକେଶ ମୋହନ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଅଞ୍ଚଳରେ ଡିଏଭି ବେଦାନ୍ତ ଇଣ୍ଟର ନେସନାଲ ସ୍କୁଲର ଉପଯୋଗିତାକୁ ପ୍ରଶଂସା କରିବା ସହ ଅନ୍ଧାରରୁ ବାହାରି ଆଲୋକ ଅନ୍ୱେଷଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ଉପଦେଶ ଦେଇଥିଲେ । ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଦର୍ଶାଇ ମାତ୍ର ଚାରି ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୪୦୦ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ଏକ ଉଲ୍ଲେଖନୀୟ ବିଷୟ ବୋଲି କହିଥିଲେ ।

ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିଃର ଅର୍ଥବିଭାଗ ମୁଖ୍ୟ ବିକାଶ ବିନାନିି, ପ୍ରାଦ୍ୟୋଗିକ ନିର୍ଦ୍ଦେଶକ ଫିଲିପ୍ କେମ୍ବେଲ୍, ମାନବ ସମ୍ବଳ ମୁଖ୍ୟ ହେମନ୍ତ କୁମାର ଭାଟିଆ, ପ୍ରକଳ୍ପ ମୁଖ୍ୟ ସଞ୍ଜୟ ଅଗ୍ରୱାଲ, ପ୍ରେରଣା ରାକେଶ ମୋହନ ପ୍ରମୁଖ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା “ବର୍ତ୍ତିକା” ଉନ୍ମୋଚନ କରାଯାଇଥିଲା। ଏହି ଉତ୍ସବରେ ବହୁ ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ଏହି ଅବସରରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଜେ.କେ ବାରିକ, ରୁବି ଚୌଧୁରୀ, କେ.ରାମ ବାବୁ, ସ୍ୱତା ପ୍ରସାଦ, ସରୋଜ ମିଶ୍ର, ଶିବାନନ୍ଦ ମିଶ୍ର ଓ ଦୁଷ୍ମନ୍ତ ମାଝୀ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା। ଏହାସହ ଜାତୀୟ ଓ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଏଥେଲେଟିସ, କରାଟେ ଓ ଫୁଟବଲ ଛାତ୍ର ମାନଙ୍କ ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଥିଲା। ଶିକ୍ଷୟତ୍ରୀ ରୁବି ଚୈାଧରୀ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବାନ୍ଧି ରଖିଥିଲା। ତେବେ ପରିବେଶ ସଚେତନତା ଓ ବର୍ଜ୍ୟବସ୍ତୁକୁ ନେଇ ନିର୍ମାଣ କରାଯାଇଥିବା ମଞ୍ଚଟି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଏହିକାର୍ଯ୍ୟକ୍ରମରେ ସ୍କୁଲର ଗୁଣନିଧି ଗଉଡ଼, ଅନିଲ ମହାନନ୍ଦ, ହିମାଂଶୁ କୁମାର ଉପାଧ୍ୟାୟ, ସୁଶାନ୍ତ ବେହେରା ଓ ଭଗବାନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ) ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.