ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାସ, ଆଇପିଏଲ ଖେଳିବା ନେଇ ସନ୍ଦେହ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ଶ୍ରେୟାସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଓହରି ଯାଇଛନ୍ତିି । ୪ର୍ଥ ଟେଷ୍ଟ ପରେ ସେ ପିଠି ସମସ୍ୟା ନେଇ ବୋର୍ଡକୁ ଅବଗତ କରିଥିଲେ । ମାର୍ଚ୍ଚ ୧୭ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଶ୍ରେୟାସଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି । ଯଦି ଏହା ହୁଏ ତାହାହେଲେ କୋଲକାତା ନାଇଟ ରାଇଡର୍ସ ଟିମକୁ ଶକ୍ତ ଧକ୍କା ଲାଗିବ । ବାଙ୍ଗାଲୋରର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଶ୍ରେୟାସ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ପିଠିରେ ସର୍ଜରୀ ହେବା ଆଶଙ୍କା ରହିଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ପୂର୍ବରୁ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା ଓ ରିଷଭ ପନ୍ତ ଆଇପିଏଲରୁ ଓହରି ଯାଇଛନ୍ତି ।

Omkar Vasthu
Omkar Vasthu

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଈଶାନ କିଶାନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରା. ଉମରାନ ମଲିକ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ ଓ ଜୟଦେବ ଉନାଡକଟ ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.