ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଫାଶୀଦଣ୍ଡର ଆଉ କ’ଣ ବିକଳ୍ପ ରହିଛି ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଆଉ କେଉଁ ପଦ୍ଧତି ଲାଗୁ କରାଯାଇ ପାରିବ ? ଅନ୍ୟ ଦେଶମାନଙ୍କରେ ଫାଶୀ ଉଠିଗଲାଣି । ତେଣୁ ଖୁବ ଶୀଘ୍ର ଏହାଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫାଶୀ ଦଣ୍ଡଠାରୁ ଆଉ କ’ଣ କମ ଯନ୍ତ୍ରଣାଦାୟକ  ବ୍ୟବସ୍ଥା ଲାଗୁ କରାଯାଇ ପାରିବ  ସେହି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

Omkar Vasthu
Omkar Vasthu

ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ମୃତ୍ୟୁ ଦଣ୍ଡ ପାଇଁ ଫାଶୀର ପ୍ରକିୟା ଯଦି ଯନ୍ତ୍ରଣାଦାୟକ ତେବେ ଏହି ଯନ୍ତ୍ରଣାକୁ କମ୍ କରାଯାଇପାରିବ କି? ଏହି ଅମାନବୀୟ ଏବଂ ବର୍ବର ବ୍ୟବସ୍ଥାର ଚିନ୍ତା କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Pearl dental clinic
Near Ashish Medical Store, Bhawanipatna

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଆଟର୍ଣ୍ଣି ଜେନେରାଲଙ୍କୁ ମେ’ ୨ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି । ସରକାରଙ୍କ ଜବାବ ପରେ ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇପାରେ ବୋଲି ମଧ୍ୟ କୋର୍ଟ ସଙ୍କେତ ଦେଇଛନ୍ତି ।

Udyog Nursery
Udyogi Nursery

‘ଟୁ ବି ହ୍ୟାଙ୍ଗଡ୍ ଟିଲ୍ ଡେଥ‘ ବା ମୃତ୍ୟୁ ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲିବାକୁ କୋର୍ଟ ଏକ ନିଷ୍ଠୁର ଓ ଅମାନବୀୟ ଉପାୟ ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଆଇନଜୀବୀ ଋଷି ମଲହୋତ୍ରା । ତା ଛଡା  ଏହା ଏକ ବହୁଲମ୍ବା ପ୍ରକ୍ରିୟା । ଫାଶୀ ଦେବା ପରେ ଅଧଘଣ୍ଟା ଯାଏ ଦୋଷୀଙ୍କୁ ଝୁଲାଇ ରଖିବା ଦରକାର ପଡିଥାଏ । ଅନ୍ୟଦେଶମାନେ ଏହି ପ୍ରକ୍ରିୟାକୁ ବନ୍ଦ କରି ସାରିଲେଣି । ଭାରତରେ ମଧ୍ୟ ଏହାକୁ ବନ୍ଦ କରିଦେବା ଉଚିତ । ମୃତ୍ୟୁ ପାଇଁ ଇଞ୍ଜେକ୍ସନ, ଗୁଳିଚାଳନା କିମ୍ବା ଇଲେକ୍ଟ୍ରିକ ଚେୟାର ବ୍ୟବହାର ପରି ପଦ୍ଧତିକୁ ଆପଣାଇବା ଦରକାର ବୋଲି ଆବେଦନରେ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.