ରୁପ୍ରା ଆରକେ ଶକୁନ୍ତଳା ଏକାଡେମୀ ମାଲିକ ପ୍ରାଣବନ୍ଧୁ ସାହୁଙ୍କ ସମେତ ୮ କୋର୍ଟ ଚାଲାଣ

• ମାଟ୍ରିକ ପରିକ୍ଷାରେ ପ୍ରଶ୍ନପତ୍ରର ଉତ୍ତର ଭାଇରାଲ ପ୍ରସଙ୍ଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରା ଗ୍ରାମରେ ଆରକେ ଶକୁନ୍ତଳା ଏକାଡେମୀ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଶିକ୍ଷାର କଳା ବ୍ୟବସାୟ କରୁଥିବା ପ୍ରାଣବନ୍ଧୁ ସାହୁ (୬୩) ଶେଷରେ ଜେଲର ମୁହଁ ଦେଖିଛନ୍ତି। ତାଙ୍କ ସହ ସର୍ବମୋଟ ୮ ଜଣଙ୍କୁ କୋର୍ଟ ଚାଲାଣ କରିଛି କେସିଙ୍ଗା ପୋଲିସ। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ରର ଉତ୍ତର ଭାଇରାଲ ମାମଲାରେ ଏମାନେ ଛନ୍ଦି ହୋଇଥିଲେ। ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ରୁପ୍ରା ଆରକେ ଶକୁନ୍ତଳା ଏକାଡେମୀର ମାଲିକ ପ୍ରାଣବନ୍ଧୁ ସାହୁ (୬୩), ପ୍ରାଣବନ୍ଧୁଙ୍କ ପୁଅ ରୋଶନ ସାହୁ (୨୫), ରୁପ୍ରା ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସାହୁ (୪୪), କେସିଙ୍ଗା ବ୍ଲକ ରେଙ୍ଗାଲିର କୌଶିକ ସାହୁ (୪୯), କାଣ୍ଡେଲର କ୍ଷୀରସିନ୍ଧୁ ବାଗ, ଯାଜପୁର ଟାଉନ୍‌ର ଅଭୟ ନନ୍ଦ (୩୩), ନର୍ଲା ବ୍ଲକ ଲାଖପଦରର ଭେସରାଜ କରୁଆଁ (୩୮) ଓ ଘୋଡ଼ାବନ୍ଧ ଗ୍ରାମର ସରକାରୀ ଶିକ୍ଷକ କୁଳମଣି ସାହୁ (୪୮)। ଏଥିସହ ପୁଲିସ୍‌ ସେମାନଙ୍କଠାରୁ ୨୨ ଟି ମୋବାଇଲ ଲେପଟପ ୫ ଟି,ସିପିୟୁ ୧,ଗୋଟାଏ ପେନ୍ ଡ୍ରାଇଭ୍ ଓ ନଗଦ ୧୮୯୫୦ ଟଙ୍କା ଜବତ କରିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ରୁପ୍ରା ଅଞ୍ଚଳରେ ମାଟ୍ରିକ୍ ପରୀକ୍ଷା ସମୟରେ ପ୍ରଶ୍ନପତ୍ରର ଭୁଲ ଉତ୍ତର ଭାଇରାଲ କରିବା ଘଟଣାରେ କେସିଙ୍ଗା ପୁଲିସ୍ ପୂର୍ବରୁ ପ୍ରମାଣ ମିଳୁନାହିଁ ବୋଲି କହୁଥିଲା। ହେଲେ ଶିକ୍ଷା ବିଭାଗର ଏତଲା ପରେ ତତ୍ପରତା ପ୍ରକାଶ କରି ଶେଷରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ୧୪ ତାରିଖ ଦିନ ଜିଲ୍ଲା ଶିକ୍ଷା ବିଭାଗ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ଏସ୍‌ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ୮ ଉକ୍ତ ରାତିଅଧିଆ ଉଠାଇ ଆଣିଥିଲା । ଖୋଦ୍ ଏସ୍‌ପି କେସିଙ୍ଗା ଥାନାକୁ ଯାଇ ଏହାର ତଦନ୍ତ କରିଥିବାବେଳେ କରି କିଛି ସୁରାକ୍ ନପାଇବାରୁ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା କହିଥିଲେ। ପରେ ସେମାନଙ୍କୁ ୨୧ ତାରିଖ ହାଜର ହେବା ପାଇଁ କୁହାଯାଇଥିଲା। ତେବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗତ ୧୮ ତାରିଖ ଘଟଣା ସମ୍ପର୍କରେ ଏତଲା ଦେବା ପରେ ଏହାକୁ ଭିତ୍ତିକରି ଉକ୍ତ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଏକ ରାକେଟ୍ ମଧ୍ୟ କାମ କରୁଥିବା ସଂଦେହ କରାଯାଉଛି। ପୁଲିସ୍ ତଦନ୍ତ ଜାରି ରଖିଛି। ତେବେ ଡେରିରେ ହେଲେ ମଧ୍ୟ ପ୍ରାଣବନ୍ଧୁ ସାହୁ ଓ ତାଙ୍କ ସହଯୋଗୀମାନେ କୋର୍ଟ ଚାଲାଣ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.