ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ବନ୍ଧୁ ମିଳନ ଓ ସାଧାରଣ ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ମ.ରାମପୁର ସ୍ଥିତ ଜୁରାଖମନ ଡ଼ାକ ବଙ୍ଗଳାଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜେୟୁ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭୦ ରୁ ଅଧିକ ସାମ୍ବାଦିକ ଯୋଗଦାନ କରିଥିଲେ।କଳାହାଣ୍ଡି ଜିଲ୍ଲା ସଂଗଠନ ପରିଚାଳନା ପାଇଁ ଆଶ୍ରଫ ଅଲ୍ଲୀ ଖାଁଙ୍କୁ ଉପ ସଭାପତି, ଅନନ୍ତ କୁମାର ପାଳଙ୍କୁ କାର୍ଯ୍ୟକାରୀ ସଭାପତି, ମନୋଜ କୁମାର ଷଡ଼ଙ୍ଗୀଙ୍କୁ ସାଙ୍ଗଠନିକ ସମ୍ପାଦକ ଓ କିଷାନ କୁମାର ପଟ୍ଟନାୟକଙ୍କୁ ଅତିରିକ୍ତ ଭାବେ ସମସ୍ତଙ୍କ ସହମତି କ୍ରମେ ନୂତନ ଭାବେ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାମ୍ବାଦିକ ମାନେ ଖବର ସଂଗ୍ରହ ସମୟରେ ଓ ଅନ୍ୟାନ୍ୟ ସମୟରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା ଓ ଆଗାମୀ ଦିନରେ ଓଜେୟୁ କଳାହାଣ୍ଡି ଜିଲ୍ଲା ସଂଗଠନ କିପରି ଏକ ଅଗ୍ରଣୀ ସଂଗଠନ ଭାବେ ସୁଦୃଢ ହେବ ସେନେଇ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ସମସ୍ତଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ନରୋତ୍ତମ ସେଲମା ଓ ପ୍ରଦୀପ କୁମାର ସାହୁ ଯୋଗଦାନ କରିଥିବା ବେଳେ ପ୍ରାଣ ରଞ୍ଜନ ବେହେରା, ସନ୍ତୋଷ ସିଂ, ଦୀପକ ଠାକୁର, ପ୍ରଦୀପ ଗୌଡ଼, ସନ୍ତୋଷ ଦଣ୍ଡସେନା, ସତ୍ୟ କୁମାର, ଚିତ୍ତରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ। ମନୋଜ କୁମାର ଷଡଙ୍ଗୀ ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.