ରାଜ୍ୟ କୃତି ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମାଟି ତଥା କଳାହାଣ୍ଡି ଜିଲ୍ଲା ପାଇଁ ଏକ ଖୁସି ଖବର । ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟ କୃତି ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ରାଜ୍ୟର ୫୭ ଜଣ କୃତି ଶିକ୍ଷକଙ୍କ ମଧ୍ୟରେ ରହିଛନ୍ତି ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର । ତାଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତି ଶିକ୍ଷକ (ରାଜ୍ୟପାଳ ପୁରସ୍କାର) ସମ୍ମାନିତ କରାଯିବ ବୋଲି ଜଣାପଡିଛି ।  ଏ ନେଇ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାଗାଁର ସ୍ବର୍ଗତ ଗଙ୍ଗାଧର କରଙ୍କ ସୁପୁତ୍ର ସନ୍ତୋଷ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷାଦାନ କରି ଆସୁଛନ୍ତି । ଶ୍ରୀ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ପିଲାଙ୍କୁ ବୁଝାଇବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ପାଇଁ  କାର୍ଯ୍ୟ କରି ଆସୁଛନ୍ତି । ପୂର୍ବରୁ ସେ ଜଙ୍ଗଲ ପରିବେଶ ଓ ପାଣିପାଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ଜାତୀୟ ପର୍ଯ୍ୟାବରଣ ମିତ୍ର ଶିକ୍ଷକ ପୁରସ୍କାର, ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁ, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଶ୍ରେଷ୍ଠ ବିଜ୍ଞାନ ସଂଚାରକ, ପ୍ଲାଟିନମ ବିଜ୍ଞାନ କ୍ଲବ ସଦସ୍ୟ ଆଦି ଅନେକ ପୁରସ୍କାରରେ ସମ୍ମାନିତ ହେଇଛନ୍ତି। ଏହା ବ୍ୟତିତ ବିଭିନ୍ନ ଅନୁଷ୍ଠାନ ଯଥା ଭାରତ ଜ୍ଞାନ ବିଜ୍ଞାନ ସମିତି, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ପ୍ରତିଭା, ବୈଜ୍ଞାନିକ ଚର୍ଚ୍ଚା ଆଦି ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.