ସୋନପୁର ବସଷ୍ଟାଣ୍ଟରେ ସର୍ବନିମ୍ନ ସୁବିଧା ନାହିଁ ; ପ୍ରଚଣ୍ଡ ଖରାରେ ସିଝୁଛନ୍ତି ଯାତ୍ରୀ

ସୋନପୁର,୨/୫ : କିଛି ଦିନ ହେବ ସମଗ୍ର ସୋନପୁର ଅଞ୍ଚଳରେ ତାପାମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଥିବା ହେତୁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ତାପମାତ୍ରା କାଲି୪୩ ଡିଗ୍ରୀରେ ପହଞ୍ଚିଥିବା ଜଣାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତୁହାକୁ ତୁହା ଝାଞ୍ଜି ପବନରେ କେବଳ ମଣିଷ ନୁହନ୍ତି ବରଂ ଜୀବଜନ୍ତୁ ମଧ୍ୟ ଅତିଷ୍ଠ ହୋଇପଡିଲେଣି । ସକାଳ ୧୧ ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୁନଶାନ ହୋଇପଡୁଥିବା ସହ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହୁଛି । କିନ୍ତୁ ଏଠି ସୁବର୍ଣ୍ଣପୁର ଜିଲା ସଦର ମହକୁମା ବସଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘ ୧୩ ବର୍ଷ ହେଲା ଉଦଘାଟନ ହୋଇସାରିଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ । ବର୍ଷସାରା ଏହା ଅବ୍ୟବହୃତ ହୋଇ ପଡି ରହିଥିବାରୁ ଅସାମାଜିକ ବ୍ୟକ୍ତି ଓ ବୁଲା ଗାଈଗୋରୁଙ୍କ ଆଶ୍ରୟ ସ୍ଥଳ ପାଲଟିଛି । ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଥିଲେ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଫଳରେ ୪୩ ଡିଗ୍ରୀ ଖରାରେ ଏଠାକୁ ଆସୁଥିବା ଶହ ଶହ ଯାତ୍ରୀ ପିଲାଛୁଆ ଧରି ପ୍ରଚଣ୍ଡ ଖରାରେ ବସକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଥିବାରୁ ସାଧାରଣରେ
ଅସନ୍ତୋଷ ଦେଖା ଦେଇଛି । ଶୌଚାଳୟ ବ୍ୟବସ୍ଥା ନଥିବାରୁ ମହିଳା ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଜିଲା ଗଠନ ହେବା ପରେ ଜିଲା ସଦର ମହକୁମାରେ ଜିଲା ତଥା ଜିଲା ବାହାରକୁ ଗମନା ଗମନ ବୃଦ୍ଧିକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ବସଷ୍ଟାଣ୍ଡରେ ଏକ ଯାତ୍ରୀ ବିଶାମାଗାର ନିର୍ମାଣ କରାଯାଇଥିଲା । ସମନ୍ୱିତ କ୍ଷୁଦ୍ର ଓ ମଧ୍ୟମ ସହର ବିକାଶ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ରାମସ୍ଥଳ ସହ ଟିକେଟ କାଉଣ୍ଟର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଉଦଘାଟନ ପର ଠାରୁ ଆଜି ପର୍ଯ୍ୟନ୍ତ ଏହା ଯାତ୍ରୀଙ୍କ କାର୍ଯ୍ୟରେ ଲାଗି ପାରିନାହିଁ । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ବିଶ୍ରାମାଗାରଟି ବସ ଟର୍ମିନାଲର ପଛ ପଟେ ନିର୍ମାଣ ହୋଇଥିବାରୁ ଯାତ୍ରୀ ଏହା ମଧ୍ୟରେ ବସିଲେ କେଉଁ ବସ କେଉଁଠିକୁ ଯିବ ଜାଣିବା କଷ୍ଟକର ହୋଇପଡିଛି । ଯାତ୍ରୀ ବିଶ୍ରାମାଗାର ଉପଯୁକ୍ତ ସ୍ଥାନରେ ନିର୍ମାଣ ହୋଇ ନଥିବାରୁ ଏହାର ଚାରିଟେ କୁଢକୁଢ ମଇଳା ପକାଯିବା ସହ ନର୍ଦ୍ଦମା ପାଣି ଜମା ହୋଇ ରହୁଛି । ଉତ୍କଟ ଗନ୍ଧ ଯୋଗୁଁ ଯାତ୍ରୀ ମାନଙ୍କ ପାଇଁ ଏହା ଅନୁଯୁକ୍ତ ହୋଇ ପଡିଥିବା ଦେଖାଯାଇଛି । ଏପରିକି ଦିନ ତମାମ ଏଠାକୁ ଆସୁଥିବା ବସ ଗୁଡିକ ଟର୍ମିନାଲରେ ନରଖି ସିଧା ରାସ୍ତା କଡରେ ପାର୍କିଂ କରୁଥିବାରୁ ଯାତ୍ରୀମାନେ ବାଧ୍ୟ ହୋଇ ପ୍ରବଳ ଖରାରେ ବସ ନିକଟରେ ଥିବା ଉଠା ଦୋକାନ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବାରୁ ଏଠାକୁ ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସାମାଗମ ହେଉଛି । କିନ୍ତୁ ବସରୁ ଓହ୍ଲାଇବା କ୍ଷଣି ବସଷ୍ଟାଣ୍ଡରେ ଥିବା ଯାତ୍ରୀ ବିଶ୍ରମାଗାରର ଏପରି ଅବସ୍ଥା ଦେଖି ପର୍ଯ୍ୟଟକ ସହରର ପରିମଳ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖାଯାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥ୍ରିତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.