ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ସ୍ବପରାୟଣ ସଚେତନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ସ୍ବପରାୟଣ ସଚେତନତା ଦିବସ ବହୁ ଆଡମ୍ବରରେ ପାଳନ କରାଯାଇଅଛି।ଉକ୍ତ ଉତ୍ସବରେ ସମ୍ପୂର୍ଣ ମହାବିଦ୍ୟାଳୟକୁ ଆକାଶୀ ନୀଳ ରଙ୍ଗର ଆଲୋକରେ ସୁସଜ୍ଜିତ କରାଯାଇଥିଲା | ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟ ଏବଂ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୀଳ, ରଙ୍ଗର ପୋଷାକ ପରିଧାନ କରିବା ସହ ନୀଳ ରଙ୍ଗର ସଚେତନତା ରିବନ ନିଜ ହାତରେ ବାନ୍ଧିଥିଲେ। ଏହି ଉତ୍ସବରେ ଭାରତୀୟ ପୁନର୍ବାସ ପରିଷଦର ଚିଠି ଅନୁସାରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ସୃଜନାତ୍ମକ ଲେଖା କରାଯାଇଥିଲା। ଏହାପରେ ଅପରାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା।ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଡଃ ସ୍ଵର୍ଣ୍ଣଲତା ମିଶ୍ର ବରିଷ୍ଠ ଅଧ୍ୟାପକ ଓ ଚେୟାରମ୍ଯାନ, ଏମ୍.ଏ.ଏନ୍ ଟ୍ରଷ୍ଟ , ଶୀମତୀ ଅନ୍ନପୂର୍ଣ୍ଣା ମହାନ୍ତି ଅଭିଭାବକ ରୂପେ ଯୋଗଦେଇଥିଲେ। ସଭାରେ ,ପ୍ରଫେସର ଗୋପାଳ କୃଷ୍ଣ ନନ୍ଦ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ,ଶ୍ରୀଯୁକ୍ତ ଲଲାଟେନ୍ଦୁ କର , ଡ଼ଃ ଭାଗିରଥି ମହାପାତ୍ର , ଶ୍ରୀମତୀ ସ୍ମୃତିରେଖା ମିଶ୍ର ଅତିଥି ଭାବେ ଯୋଗଦେଇ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବପରାୟଣ ଉପରେ ସଚେତନତା ବାର୍ତ୍ତା ଦେବା ସହ ପିଲାମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ଉତ୍ତମ ପରାମର୍ଶ ଦିଗଦର୍ଶନ ପ୍ରଦାନ କରିଥିଲେ। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋବିଜ୍ଞାନ ବିଭାଗର ତତ୍ତ୍ଵାବଧାନରେ ଆୟୋଜିତ ଚଳଚ୍ଚିତ୍ର ରୁ ଶୁଭାରମ୍ଭ କରାଯାଇଥିଲା , ଏହାପରେ ଏକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ସହ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା।ଅନୁଷ୍ଠାନରେ ଏହିପରି କାର୍ଯ୍ୟକ୍ରମକୁ ବିଭିର୍ଣ୍ଣ ମହଲରେ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.