ଦିବ୍ୟାଙ୍ଗଙ୍କ ଆଶାର ବାଡି ସାଜିଛି ଦିବ୍ୟାଙ୍ଗ ଜଳନ୍ଧର
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସେ ନିଜେ ଜଣେ ଦିବ୍ୟାଙ୍ଗ । ତଥାପି ନିଜକୁ ସବୁ କ୍ଷେତ୍ରରେ ସକ୍ଷମ ହୋଇପାରିବାର ଇଚ୍ଛାଶକ୍ତି ନେଇ ନିଜ ସାଥୀ ଦିବ୍ୟାଙ୍ଗମାନଙ୍କ ପାଇଁ ଆଶାର ବାଡି ପାଲଟିଛନ୍ତି ଦିବ୍ୟାଙ୍ଗ ଜଳନ୍ଧର । ପ୍ରଶାସନିକ କ୍ଷେତ୍ରରେ ହେଉ ଅଥବା ଯେ କୈାଣସି ସେବା କ୍ଷେତ୍ରରେ କୈାଣସି ଦିବ୍ୟାଙ୍ଗ ଭାଇଭଉଣୀମାନେ ଅସହାୟ ମନେ କଲେ ତଥା କୈାଣସି ପ୍ରକାର ସାହାର୍ଯ୍ୟ ନ ପାଇଲେ ଦିବ୍ୟାଙ୍ଗ ଜଳନ୍ଧର ବାଚେଲିଙ୍କୁ ମନେ ପକାନ୍ତି । ଆଉ ନିଜ ସାଥୀ ଭାଇଉଭଣୀଙ୍କ ପାଇଁ ସେ ଯେ କୈାଣିସ ଅସୁବିଧା ହେଉ ସମସ୍ତଙ୍କ ଉପକାର ହେବା ଭଳି ନିଜ ଆନ୍ତିରକତା ବଳରେ ସେ ସାହାଯ୍ୟର ହାତ ବଢେଇଥାନ୍ତି । ଏପରି ସ୍ଥଳେ ରାଜସ୍ଥାନର ଉଦୟପୁର ଠାରେ ଥିବା ନାରାୟଣ ସେବା ସଂସ୍ଥା ତଥା ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଠ ଚିିକିତ୍ସାଳୟରେ ଅପରେସନ୍ ହେବା ସହ ଚିିକିତ୍ସା ହେବା ପାଇଁ ରାୟଗଡା ଜିଲ୍ଳାର ୩ଜଣ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ଅର୍ଥ ସାଜିଥିଲା ବାଧକ । ଆଉ ସେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ରାୟଗଡା ଠାରେ ଅନୁଷ୍ଠିତ ଜିଲ୍ଳାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲ୍ଳାପାଳଙ୍କୁ ସାକ୍ଷାତ କରାଇ ସହାୟତା ପାଇଁ ନିବେଦନ କରିଥିଲେ ଦିବ୍ୟାଙ୍ଗ ଜଳନ୍ଧର ।
ଦିବ୍ୟାଙ୍ଗମାନଙ୍କ ଆର୍ଥିକ ସହାୟତାକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ସ୍ୱଧାଦେବ ସିଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଜଣଙ୍କୁ ୧୦ହଜାର ଟଙ୍କା ଲେଖାଁଏ ୩ଜଣଙ୍କୁ ୩୦ହଜାର ଟଙ୍କା ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ସହାୟତା ପାଇଥିବା ୩ଜଣ ଦିବ୍ୟାଙ୍ଗ ଭାଇଭଉଣୀ ହେଲେ ରାୟଗଡା ସଦର ବ୍ଳକ ମିରାବାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ସାନସାନ୍ଧୁବାଡି ଗ୍ରାମର ହର୍ସାନନ୍ଦ ପାଣିଙ୍କ ୧୯ବର୍ଷର ପୁଅ ଜିନୁ ପାଣି,କୋଲନରା ବ୍ଳକ ଝରଡି ଗ୍ରାମର ରାଜାରାଓ ଉଲାକାଙ୍କ ୧୭ବର୍ଷର ଝିଅ ଚିଲୁ ଉଲାକା ଏବଂ କାଶିପୁର ବ୍ଳକ ସିନ୍ଦୁରଘାଟି ଗ୍ରାମ ପଂଚାୟତ ଅନ୍ତର୍ଗତ ପୁଡୁସିଲ ଗ୍ରାମର ବୁଟା ଗୈାଡଙ୍କ ୧୭ବର୍ଷର ପୁଅ ରତିରାମ ଗୈାଡ । ସାନସାନ୍ଧୁବାଡି ଗ୍ରାମର ହର୍ସାନନ୍ଦ ପାଣିଙ୍କ ପୁଅ ଜିନୁ ଜନ୍ମରୁ ୩ବର୍ଷ ମଧ୍ୟରେ ତାହାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ହଠାତ୍ ଦିନେ ମୂର୍ଚ୍ଛା ରୋଗରେ ପୀଡିତ ହୋଇ ଧୀରେ ଧୀରେ ପାରାଲିସସ୍ ଭଳି ରୋଗରେ ଆକ୍ରାନ୍ତ ହୋଇଗଲା । ପୁଅର ଏପରି ଅବସ୍ଥାକୁ ଦେଖି ରାୟଗଡା ଠାରୁ ଆରମ୍ଭ କରି କଟକ,ବ୍ରହ୍ମପୁର,ଭୁବନେଶ୍ୱର ସହ ପଡୋଶୀ ଆନ୍ଧ୍ରର ବିଶାଖାପାଟଣମ୍ ପର୍ଯ୍ୟନ୍ତ ବିଭିନ୍ନ ମେଡିକଲରେ ଚିକିତ୍ସା ପାଇଁ ପରୀକ୍ଷା କରାଇଥିଲେ । ଆଜକୁ ଦୀର୍ଘ ୧୬ବର୍ଷ ବିତିଯାଇଥିଲେ ମଧ୍ୟ ଜିନୁର ସ୍ୱାସ୍ଥ୍ୟବସ୍ଥାରେ କୈାଣସି ପ୍ରକାର ସୁଧାର ଆସି ନ ଥିବା ବେଳେ ଗତ ଜାନୁଆରୀ ମାସରେ ରାଜସ୍ଥାନର ଉଦୟପୁର ଠାରେ ଥିବା ନାରାୟଣ ସେବା ସଂସ୍ଥା ସଂପର୍କରେ ଦିବ୍ୟାଙ୍ଗ ଜଳନ୍ଧରଙ୍କ ଠାରୁ ସୂଚନା ପାଇ ସେଠାରେ ଜିନୁର ଚିକିତ୍ସା କରିବା ପାଇଁ ମନସ୍ଥ କରିଥିଲେ ।
ତେବେ ଆର୍ଥିକବସ୍ଥା ସ୍ୱଚ୍ଛଳ ନ ଥିବାରୁ ହର୍ସାନନ୍ଦ କାହା ପାଖରେ ହାତ ପତେଇବାକୁ ଠିକ୍ ନ ଭାବି ମନେ ମନେ ଦୁଃଖରେ ଥିବା ବେଳେ ଅନୁରୂପ ଭାବେ ଜଳନ୍ଧର ମଧ୍ୟ ଆର୍ଥିକ ମାନ୍ଦାବସ୍ତାରେ ଗତି କରୁଥିଲେ ମଧ୍ୟ ସଂଚୟ କରିଥିବା କିଛି ଅର୍ଥରୁ ଜିନୁଙ୍କ ଯାତାୟାତ ପାଇଁ ଟିକେଟ ଖର୍ଚ୍ଚ ବହନ କରିଥିଲେ । ସେଠାରେ ଜିନୁର ଗୋଟିଏ ଗୋଡର ପ୍ରାଥମିକସ୍ତରରେ ଅପରେସନ୍ ହୋଇଥିବା ବେଳେ ଏକ ମାସ ବ୍ୟବଧାନ ପରେ ପୁଣି ଯାଇ ଦ୍ୱିତୀୟ ଅପରେସନ୍ କରିବା ପାଇଁ ସଂସ୍ଥା ପକ୍ଷରୁ କୁହାଯାଇଥିଲା । ତେବେ ଦ୍ୱିତୀୟ ଥର ମଧ୍ୟ ରାଜସ୍ଥାନକୁ ଯାତାୟାତ ପାଇଁ ହର୍ସାନନ୍ଦ ନିଜ ପୁଅକୁ ନେବାରେ ଅସକ୍ଷମ ହୋଇଥିବା ବେଳେ ପ୍ରଶାସନର ଦ୍ୱାରସ୍ଥ ହୋଇ ସାହାର୍ଯ୍ୟ ପାଇଁ ଅନୁରୋଧ କରିବାର ବାଟ ଦେଖାଇଥିଲେ ଦିବ୍ୟାଙ୍ଗ ଜଳନ୍ଧର । ଫଳରେ ଆଜି ହର୍ସାନନ୍ଦ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ନିଜ ପୁଅର ଚିକିତ୍ସା ପାଇଁ ନିବେଦନ କରିବାରୁ ସିଏମଆରଏଫ ଫଣ୍ଡରୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଜିଲ୍ଳାପାଳ । ସେହିପରି ଅନ୍ୟ ଦୁଇଜଣ ଦିବ୍ୟାଙ୍ଗ ଚିଲୁ ଓ ରତିରାମ ମଧ୍ୟ ଜିଲ୍ଳାପାଳଙ୍କ ଠାରୁ ସିଏମଆରଏଫ୍ ଫଣ୍ଡରୁ ୧୦ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ରାଶି ପାଇ ରାଜସ୍ଥାନ ଉଦୟପୁରର ନାରାୟଣ ସେବା ସଂସ୍ଥାରେ ଚିକିତ୍ସା ପାଇଁ ଯିବେ ବୋଲି ପ୍ରକାଶ କରିଛନ୍ତି ।