ରାୟଗଡା ଓ କାଶିପୁର ବ୍ଳକର ଅନେକ ଗ୍ରାମରେ ଜଳସଙ୍କଟ: ଅସନ୍ତୋଷ ପ୍ରକାଶ କଲେ ବିଧାୟକ ମକରନ୍ଦ

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଆନ୍ତରିକତା ଦେଖାଉନାହିଁ ବିଭାଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାର ରାୟଗଡା ଓ କାଶିପୁର ବ୍ଳକରେ ଚଳିତ ଗ୍ରୀଷ୍ମ ପ୍ରବାହରେ ଦେଖାଦେଇଛି ଅନେକ ଗ୍ରାମରେ ଜଳସଙ୍କଟ । ଯାହାକୁ ନେଇ ରାୟଗଡା ନିର୍ବାଚନୀମଣ୍ଡଳିର ବିଧାୟକ ମକରନ୍ଦ ମୁଦୁଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମେଗା ପ୍ରକଳ୍ପଗୁଡିକ ନିର୍ମାଣ କରିବା ସହ ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳସଙ୍କଟ ସମସ୍ୟାରେ ରହୁଥିବା ଗ୍ରାମଗୁଡିକରେ ଯୁଦ୍ଧକାଳୀନ ଭିତିରେ ମରାମତି ତଥା ଜଳ ଯୋଗାଣର ସୁବିଧା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଲୋକେ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି । ଏଥିସହ ଜଳସଙ୍କଟ ଦେଖାଦେଉଥିବା ଗ୍ରାମଗୁଡିକରେ ଯଥାଶୀଘ୍ର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ଉଭୟ ରାୟଗଡା ଓ କାଶିପୁର ବ୍ଳକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ସଦର ବ୍ଳକର ବାଇସିଂ, ପିପଲଗୁଡା, ମିରାବାଲି, ସାନ୍ଧୁବାଡି, ହାଲୁଆ,ଗୁମ୍ମା ଗ୍ରାମ ପଂଚାୟତ ସମେତ କାଶିପୁର ବ୍ଳକର ଏକାଧିକ ଗ୍ରାମଗୁଡିକରେ ଖରାଦିନେ ଜଳ ସଙ୍କଟ ଲାଗି ରହିଥିବାରୁ ଗତ ପଂଚାୟତ ସମିିତି ବୈଠକରେ ଯୁଦ୍ଧକାଳୀନ ଭିତିରେ ଅଚଳ ନଳକୂପକୁ ମରାମତି କରି କାର୍ଯ୍ୟକ୍ଷମ କରାଇବା ସହ ସୋଲାର ସିଷ୍ଟମ ମାଧ୍ୟମରେ ହେଉଥିବା ଜଳ ଯୋଗାଣଗୁଡିକୁ ମଧ୍ୟ ସଚଳ କରିବା ପାଇଁ ନିିଷ୍ପତି ନିଆଯାଇଥିଲା । ତେବେ ବୈଠକରେ ସୀମିତ ନିଷ୍ପତି ଗାଁଗୁଡିକର ଜଳ ଯୋଗାଣ ବ୍ୟବସ୍ଥା ପର୍ଯ୍ୟନ୍ତ ପଂହଚିପାରିଲା ନାହଁ । ଲୋକେ ମରାମତି ନ ହୋଇ ପଡି ରହିଥିବା ନଳକୂପର ନିର୍ଗତ ପାଣି ଉପରେ ଭରସା ନ କରି ଗାଁ ନିକଟ ତଥା ଦୂରରେ ଥିବା ଜଳ ଉତ୍ସଗୁଡିକ ଉପରେ ନିର୍ଭର କରୁଛନ୍ତି । କେଉଁ ଠାରେ ଅଳ୍ପକେ ପାନୀୟ ଜଳ ମିଳୁଥିବା ବେଳେ କଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ଜଳଉତ୍ସଗୁଡିକରେ ଅଳିଆ ଆର୍ବଜନା କାଦୁଆ ପାଣି ପ୍ରବାହିତ ହେଉଥିବାରୁ ତାହାକୁ ପାନୀୟ ଜଳ ରୂପେ ବ୍ୟବହାର କରି ପାରୁନାହାନ୍ତି ଗ୍ରାମବାସୀ । ଫଳରେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଳାର କାଶିପୁର ବ୍ଳକର ୨୪ଟି ଓ ରାୟଗଡା ବ୍ଳକର ୪ଟି ଗ୍ରାମ ପଂଚାୟତ ନିମନ୍ତେ ୨୯୮.୬୯କୋଟି ବ୍ୟୟ ଅଟକଳରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ନଭେମ୍ବର ୨ତାରିଖ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାର ସମୟସୀମା ରହିଛି । ରାୟଗଡା ବ୍ଳକର ପେଂଟା,ହାଲୁଆ ଓ ବୈରାଗୀ ହାଲୁଆ ୩ଟି ଗ୍ରାମ ପଂଚାୟତର ୧୩୨ଗୋଟି ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ୧୩୧.୮୭କୋଟି ଟଙ୍କାରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ପେଂଟା, ବଡଆଲୁବାଡି, କାମ୍ପମାଲିଗାଁ, କାର୍ଲାକଣା, କୋତାପେଟା, କୁଲି, ମାଟିକଣା ଗ୍ରାମ ପଂଚାୟତର ୪୭ଟି ଗ୍ରାମର ୪୬୨୪ଟି ପରିବାରକୁ ଟ୍ୟାପ ଯୋଗେ ଜଳଯୋଗାଣ କରାଯିବାକୁ କାର୍ଯ୍ୟ ଚାଲୁ ରହିଥିବା ବେଳେ ହାଲୁଆ, ବଡଇରକୁବାଡି, ଗାଜିଗାଁ, ହାଯଶେଷଖାଲ, ଜମାଦେଇପେଣ୍ଠ, କେରେଡା, ପିତାମହଲ ଓ ତାଡମା ଗ୍ରାମ ପଂଚାୟତର ୫୭ଟି ଗ୍ରାମର ୪୨୭୬ଟି ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ କାର୍ଯ୍ୟ ଚାଲୁରହିଛି । ସେହିପରି ବୈରାଗିହାଲୁଆ, ବାଇସିଂ, ଡାଙ୍ଗଲୋଡି,କାରୁବାଇ,ମିରାବାଲି ଓ ପିପିଲିଗୁଡା ଗ୍ରାମ ପଂଚାୟତର ୨୯ଟି ଗ୍ରାମର ୧୮୪୬ଟି ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ନେଇ ଗତ ଫେବୃଆରୀ ମାସରେ ହୋଇଥିବା ଜିଲ୍ଳା ପରିଷଦ ବୈଠକରେ ବିଭାଗୀୟ ସୂଚନା ଉପସ୍ଥାପନା କରାଯାଇଛି ।

Udyog Nursery
Udyogi Nursery

ସେହିପରି ଜଳଜୀବନ ମିଶନ ଓ ଓଡିଶା ସରକାରଙ୍କ ଆର୍ଥିକ ଅନୁଦାନରେ ଜିଲ୍ଳାର ସମସ୍ତ ୨୩୫୮୭୮ ଗୃହକୁ ପାନୀୟ ଜଳ ଟ୍ୟାପ୍ ସଂଯୋଗର ବ୍ୟବସ୍ଥା ୨୦୨୩-୨୪ଆର୍ଥିକ ବର୍ଷ ସୁଦ୍ଧା ସଂପୂର୍ଣ୍ଣ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ ଅଦ୍ୟାବଧି ୧୦୫୩୩୧ ଗୃହକୁ ପାଇପ ଜଳଯୋଗାଣର ଟ୍ୟାପ୍ ସଂଯୋଗ କାର୍ଯ୍ୟ କରାଯାଇଅଛି । କୋଲନରା ବ୍ଳକର ୭୨ଟି ଗ୍ରାମ୍ୟକୁ ୨ଟି ବୃହତ୍ ପ୍ରକଳ୍ପ ଦ୍ୱାରା ୬୮.୫୯କୋଟି ବ୍ୟୟରେ ଏବଂ ମୁନିଗୁଡା ବ୍ଳକର ୫ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବିଭାଗୀୟ ତଥ୍ୟ କହୁଛି । ସେହିପରି ଗୁଣପୁର ବ୍ଳକର ୧୪ଟି ଓ ବିଷମକଟକ ବ୍ଳକର ୧୮ଟି ଗ୍ରାମ ପଂଚାୟତକୁ ୨ଟି ମୋଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଯଥାକ୍ରମେ ୮୫.୬୪ ଏବଂ ୯୧.୪୭କୋଟି ବ୍ୟୟ ଅଟକଳରେ ଚାଲୁ ରହିଛି । ରାମନାଗୁଡା ବ୍ଳକର ୬ଟି ଗ୍ରାମ ପଂଚାୟତ ଓ ଉକୁମ୍ବା ପଂଚାୟର ୨୪ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ ନିମନ୍ତେ ୩୦.୮୬କୋଟି ଟଙ୍କାର ବ୍ୟୟ ଅଟକଳରେ ୨୧୮୪ପରିବାରକୁ ଏବଂ ଅନ୍ୟ ୨ଟି ପ୍ରକଳ୍ପ ଏବଂ କୋଲନରା ବ୍ଳକର ୮ଟି ଗ୍ରାମ ପଂଚାୟତର ୭୧ଟି ଗ୍ରାମକୁ ମିଶାଇ ୧୧୯.୦୧କୋଟି ବ୍ୟୟ ଅଟକଳରେ ୯୬୨୭ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ କରାଯିବାର କାର୍ଯ୍ୟ ଚାଲୁ ରହିଛି ବୋଲି ବିଭାଗୀୟ ତଥ୍ୟରେ ଉଲ୍ଳେଖ ରହିଛି । ସେହିପରି ଗୁଡାରୀ ବ୍ଳକର ୫ଟି ଏବଂ ପଦ୍ମପୁର ବ୍ଳକର ଗୋଟିଏ ଓ କଲ୍ୟାଣସିଂହପୁର ବ୍ଳକର ୬ଟି ପ୍ରକଳ୍ପର ଟେଣ୍ଡର ଖୋଲାଯାଇ ନିରୀକ୍ଷଣ କାର୍ଯ୍ୟ ରାଜ୍ୟସ୍ତରରେ ଚାଲୁ ରହିଥିବା ବେଳେ ଚନ୍ଦ୍ରପୁର ବ୍ଳକର ୬ଟି ପ୍ରକଳ୍ପର ଟେଣ୍ଡର ଆହ୍ୱାନ କରାଯାଇଥିଲା । ଜିଲ୍ଳାର ଦୁର୍ଗମ ଅଂଚଳ,ପାହାଡ ଶିଖରରେ ଅବସ୍ଥିତ ଅଂଚଳକୁ ସୈାରଶକ୍ତି ସଂପନ୍ନ ୪୫୩ଟି ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ୨୬୦ଗ୍ରାମକୁ ଜଳ ଯୋଗାଣର ଯୋଜନା ଚଳିତ ଆର୍ଥିକ ବର୍ଷରେ ଏକ ସଂସ୍ଥା ସହିତ ୨୭୮ଟି କାର୍ଯ୍ୟ ଚାଲୁ ରହିଥିବା ନେଇ ପାନୀୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ,ରାୟଗଡା ଅଧୀକ୍ଷଣ ଯନ୍ତ୍ରୀ ଚିତରଂଜନ ଜେନା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.