ମା ମୋଟ୍ରାଣୀ ଦ୍ବି ଦିବସିୟ ଦିବାରାତ୍ରି ଢ଼ାବା ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା):  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ମା ମୋଟ୍ରାଣୀ ଭଲିବଲ କ୍ଲବ ଗୋଳେଇଛକ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଦିବାରାତ୍ରି ଢ଼ାବା ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି l ସମୁଦାୟ ୨୩ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ଖେଳ କେ ଏମ ସି ଶିକ୍ସ ମୂଖିଗୁଡା ଓ ଭଇଁରୀ ଗୁଡା ମଧ୍ୟରେ ରୋମାଞ୍ଚକ ମ୍ୟାଚ ହୋଇଥିଲା । ଏଥିରେ କେ ଏମ ସି ଶିକ୍ସ ମୂଖିଗୁଡା ଦଳ ବିଜୟୀ ଲାଭ କରି ଚାମ୍ପିୟାନ ହୋଇ ପୁରସ୍କାର ରାଶି ଗ୍ରହଣ କରିଥିଲେ l ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ମୋଟେର ସରପଞ୍ଚ ବାସନ୍ତୀ ନାଏକ, ସମ୍ମାନିତ ଅତିଥି ଭାବେ ମୋଟେର ସମିତି ସଭ୍ୟା ଉଆଁସୀ ପାନ, ସମାଜସେବୀ ଦୁଷ୍ମନ୍ତ ପଟ୍ଟଯୋଶୀ, ପୂର୍ବତନ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା, ନାରୀ ନେତ୍ରୀ କୁନ୍ତୀ ପାଳ, ଲାବାନ୍ୟ ପାନ, ଯୁଧିଷ୍ଠିର ପାଣିଗ୍ରାହୀ, ସୁଶୀଲ ଜାଲ, ମୋହନ ନାଏକ, ଗୋବିନ୍ଦ ପାନ, ପବିତ୍ର ଦୁର୍ଗା, ଚାରୁ ଜାଲ, ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରି ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ l ଖେଳକୁ ଶମ୍ଭୁ ଜାଲ ଓ କ୍ରିଷ୍ଣା ଦୀପ ପରିଚାଳନା କରିଥିବା ବେଲେ ରାଜେଶ ନାଏକ ଓ ଯଶୋବନ୍ତ ଜାଲ ସ୍କୋର ବୋର୍ଡ ସମ୍ଭାଳି ଥିଲେ l ଖେଳ ର ପ୍ରତ୍ୟେକ୍ଷ ଦର୍ଶୀ ଧାରାବିବରଣୀ ମନମୋହନ ଦାସ, ମୁନା ଖିଳ ପ୍ରଦାନ କରିଥିଲେ l ଆୟୋଜକ ମୋଟ୍ରାଣୀ ଗୋଳେଇ ଛକ କ୍ଲବ ର ହର ଜାଲ, ବଳରାମ ଦୁର୍ଗା, ତପନ ପାନ, ରାଜେଶ ପାନ, ଗୁଡ଼ୁ ପାଳ, ନନ୍ଦ ପାନ, ଟୁନା ପାଳ, ବିଦ୍ନେ ନାଏକ, ଭୀଷ୍ମରଥୀ ଦୁର୍ଗା, ଦାନୀଏଲ ନାଏକ, ରୁନୁ ଖମାରୀ, ବିକି ନାଏକ, କୁନା ନାଗ, ଡିସେମ୍ବର ଭୋଇ ପରିଚାଳନାରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.