ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପୋଲିସ ଓ ଜିଲ୍ଲା ଆରଟିଓ ଅଫିସ ଷ୍ଟାଫ ଆସି ନର୍ଲାରେ ପ୍ରତ୍ୟହ କଡାକଡି ଗାଡି ଚେକିଂ କରୁଛନ୍ତି । ଚଳିତ ମାସ ୧ ରୁ ଆସନ୍ତା ୭ ଯାଏଁ ଚାଲିବ ଗାଡି ଚେକିଂ । ନର୍ଲା ଏସଆଇ ଶ୍ରୀ ନିଷିକାଙ୍କ ନେତୃତ୍ୱରେ ନର୍ଲାର ବାଲିପଡା, ଚାରିଛକ, ସର୍ଗିଗୁଡା ରେଳ ଫାଟକ ଛକ, ଗୋହୀରାପଦର ରେଳ ଫାଟକ, ରାକ୍ସି ଛକ, ଭୀମକେଲା ଛକ, ଚିପୁଲ ବ୍ରିଜ ପ୍ରଭୃତି ଛକ ସ୍ଥାନ ମାନଙ୍କରେ ସକାଳେ ଓ ସନ୍ଧ୍ୟାରେ ଚାଲୁଛି ଗାଡି ଚେକିଂ । ମଦ୍ୟପାନ କରି ଗାଡି ଚଲେଇବା, ହେଲାମେଟ ପିନ୍ଧିନଥିବା, ଓଭର ଲୋଡିଂ, ଡିଏଲ ପ୍ରଭୃତି ଚେକିଂ କରା ଯାଉଥିବା ବେଳେ ଏହାର ଖିଲାପକାରୀଙ୍କୁ ଜୋରିମାନା ବାବଦକୁ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚାଲାନ କଟା ଯାଇଥିବା ସୂଚନା ମିଳିଛି ।