ରୁପ୍ରାରୋଡ ହାଇସ୍କୁଲ ୧୯୯୯ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଦହଲ ସାନ୍ଦୁଲ ନଦୀ ତଟ ସ୍ଥିତ ଆମ୍ବ ତୋଟାରେ ରୁପ୍ରାରୋଡ ହାଇସ୍କୁଲ ୧୯୯୯ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ସମାରୋହ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ନିଜ ପରିବାର ସହ ଯୋଗ ଦେଇଥିବାବେଳେ, ସେହି ସମୟରେ ଶିକ୍ଷା ଦାନ କରୁଥିବା ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସ୍କୁଲ କର୍ମଚାରି ମଧ୍ୟ ସ୍ବପରିବାର ସହ ଅତିଥି ଭାବେ ଯୋଗ ଦେଇ ଥିଲେ। ଅତିଥି ସ୍ୱାଗତ ଏବଂ ପରିଚୟ ପ୍ରଦାନ ପୁରାତନ ଛାତ୍ର ଗଣେଶ ପୃଷ୍ଟି ଏବଂ ରଂଜିତା ସାହୁ କରିଥିବା ବେଳେ ଗୋବିନ୍ଦ ବ୍ରହ୍ମା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ପୁଷ୍ପ ଗୁଚ୍ଛ ଏବଂ ସ୍ମୃତି ଫଳକ ଦେଇ ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଏବଂ ତାଙ୍କ ପରିବାରଙ୍କୁ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା। ସବା ଶେଷରେ ପୁରାତନ ଛାତ୍ର ବଳରାମ ବିନିଆ ଏବଂ ଗଣେଶ ଚନ୍ଦ୍ର ପୃଷ୍ଟି ସଂଗୀତ ପରିବେଷଣ କରିଥିବା ବେଳେ ସନ୍ଦୀପ ଶର୍ମା ଏବଂ ଦେବେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଦେଶର ପାଞ୍ଚ ଗୋଟି ରାଜ୍ୟରୁ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.