ଅନ୍ତର୍ଜାତୀୟ କ୍ଷୁଦ୍ର ଶଷ୍ୟ ବର୍ଷ ୨୦୨୩ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ଷୁଦ୍ର ଶଷ୍ୟ ବର୍ଷ ୨୦୨୩ ପାଳନ ନିମନ୍ତେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରେଗଡା ପଂଚାୟତ ବିଜାପାଟି ଠାରେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳିତ ହୋଇଥିଲା। ଏଥିରେ ବ୍ଳକ କୃଷି ଅଧିକାରୀ ଜିତୀନ୍ଦ୍ର ମୂର୍ମୁ, ଆଇସିଡିଏସ ସୁପରଭାଇଜର କୁସୁମ ପଣ୍ଡା, ମିଶନ ଶକ୍ତି ବିପିସି ବିପିନ କୁମାର ବାରିକ, ମିଲେଟ ମିଶନ କାର୍ଯ୍ୟକାରି ଏନଜିଓ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଏବିପିସି ପ୍ରଦୀପ କୁମାର ସାହୁ, ରେଗଡା ଆଇସିଡିଏସ କର୍ମୀ ଉଦ୍ୟାନ ଭୋଇ, ଭୋଇରମୁଣ୍ଡା ଆଇସିଡିଏସ କର୍ମୀ ଝିଲି ସାହୁ, ଯୋଗିପଲା ଆଇସିଡିଏସ କର୍ମୀ ନେତ୍ରମଣି ବେହେରା, ଦାଣ୍ଡିଭଜା ଆଇସିଡିଏସ ଖିତିସୁତା ସାହୁ, ବିଜାପାଟି ଆଇସିଡିଏସ କର୍ମୀ ଗୀତାଞ୍ଜଳୀ ଝାଙ୍କର, ଭୋଇପଡା ଇଆସିଡିଏସ କର୍ମୀ ସବିତା ମହାନନ୍ଦ, ସିଆରପି ବାଲ୍ମୀକି ଛତ୍ରୀଆ, ହିସାବରକ୍ଷକ ଅଜିତ କୁମାର ପ୍ରଧାନୀ ପ୍ରମୁଖ ଯୋଗ ଦେଇ ଗର୍ଭବତୀ ଓ ପ୍ରସୂତି ମହିଳା କିଭଳି କ୍ଷୁଦ୍ର ଶଷ୍ୟ କୁ ଖାଦ୍ୟ ରୂପେ ଗ୍ରହଣ କରିବେ ଓ ଏହାର ଉପଦେୟତା ଉପରେ ଆଲୋଚନା କରିଥିଲେ। ଠିକ ସେହିପରି ରାଜପୁର ପଂଚାୟତର ଗୋଇନ୍ଦାମୁଣ୍ଡା ଠାରେ ମିଲେଟ ମିଶନ ପ୍ରକଳ୍ପର ବିପିସି ଜଗଦୀଶ ପ୍ରସାଦ ରଣା, ଆଇସିଡିଏସ ସୁପରଭାଇଜର ଗୀତା ହରିଜନ, ସିଆରପି ଭାନୁମତି ପ୍ରଧାନ ଓ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜାପାଟି ମା ସରସ୍ଵତୀ ସ୍ୱୟଂ ସହାୟକ ଗୋଷ୍ଠୀର ବାସନ୍ତୀ ଚୌଧୁରୀ, ହିମାଣି ଚୌଧୁରୀ, ସୋନାଲି ଚୌଧୁରୀ, ଜ୍ୟୋତି ରେଖା ଚୌଧୁରୀ, ଅହଲ୍ୟା ଚୌଧୁରୀ, ଲଷ୍ମୀ ରଣା ଓ ସିଶାଖାଲ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ତ୍ରିବେଣୀ ସାହୁ, ଅହଲ୍ୟା ସାହୁ, ନିଳେନ୍ଦ୍ରୀ ସାହୁ, ଗୋମତି ସାହୁ, ମେନକା ସାହୁ, ଵନୀତା ସାହୁ, ଖିତିସୁତା ସାହୁ, ଭୁପିନ୍ଦର ଚୌଧୁରୀ, ଡୋଳାମଣୀ ନାଏକ, କୌତୁକ ଚୌଧୁରୀ, ମହାଦେବ ସାହୁଙ୍କ ସମେତ ସାମନ୍ତ ଦୀପ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.