ନର୍ଲାରେ ଉଦଘାଟିତ ହେଲା ଉପନିବନ୍ଧ କାର୍ଯ୍ୟାଳୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ନର୍ଲାରେ ଖୋଳିଛି ଉପନିବନ୍ଧ (ସବ୍ ରେଜିଷ୍ଟ୍ରେସନ) କାର୍ଯ୍ୟାଳୟ। ଆଜି ଅପ୍ରଲ ୫ ତାରିଖ ବୁଧବାର ନର୍ଲା ତହସିଲ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପନିବନ୍ଧ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ। ତହସିଲଦାର ଶଙ୍କର ବାଗଙ୍କ ଉପସ୍ଥିତିରେ ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ ପ୍ରମୁଖ ମଞ୍ଚାସୀନ ଥିଲେ। ନର୍ଲାବାସୀଙ୍କ ଦାବି ଓ ବିଧାୟକ ଭୁପିନ୍ଦର ସିଂଙ୍କ ଉଦ୍ୟମ ଫଳରେ ସବ୍ ରେଜିଷ୍ଟ୍ରେସନ ଅଫିସ ଖୋଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ନର୍ଲା ଏପିପି ସଞ୍ଜୟ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ନର୍ଲା ଓକିଲ ସଂଘର ଯୁଗ୍ମ ସଂପାଦକ ବିଭୂତି ଭୂଷଣ ବହିଦାର, କୋଷାଧ୍ୟକ୍ଷ କ୍ଷିତିଶ ଚନ୍ଦ୍ର ମହାପାତ୍ର, ଲାଇବ୍ରେରୀ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ବରିଷ୍ଠ ଆଇନଜୀବୀ ବିଶ୍ବ ରଞ୍ଜନ ଭୋଇ, ପୂର୍ଣ୍ଣଚନ୍ଦ୍ର ମାଝୀ, ହିମାଦ୍ରି ସ୍ବାଇଁ, ମଳୟ କୁମାର ପଣ୍ଡା, ଯୁବରାଜ ହରିଜନ ଓ ପ୍ରଦୀପ୍ତ ମିଶ୍ର, ନର୍ଲା ବିଜେଡି ସଭାପତି ପରେଶ ପଧାନ, ସାଧାରଣ ସମ୍ପାଦକ ଭୋପାଳ ନାଗ, ନର୍ଲା ଯୁବ ବିଜେଡି ସଭାପତି ବିଜୟ କୁମାର ଧଙ୍ଗଡାମାଝୀ, ବିଜେଡି ନେତା ଅର୍ଜୁନ ପଧାନ, ଦୁଲ୍ଲଭ ମାହାର ଏବଂ ଅଞ୍ଚଳର ବୁଦ୍ଧିଜୀବୀମାନେ  ଉପସ୍ଥିତ ଥିଲେ। ନର୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଶେଖର ଚାନ୍ଦ ପିତୃ ବିୟୋଗ ପାଇଁ ଉପସ୍ଥିତ ହୋଇ ପାରିନଥିଲେ। ତେଣୁ ନର୍ଲାରେ ସବ୍ ରେଜିଷ୍ଟାର୍ ଅଫିସ ଆରମ୍ଭ ହୋଇଥିବାରୁ ଓଡ଼ିଶା ସରକାର ଓ ବିଧାୟକ ଭୁପିନ୍ଦର ସିଂଙ୍କ ପାଖରେ ନିଜର କୃତଜ୍ଞତା ଜଣାଇଛନ୍ତି ନର୍ଲା ଓକିଲ ସଂଘ ସଭାପତି ଶ୍ରୀ ଚାନ୍ଦ। ତେବେ ନର୍ଲାର ଏହି ସବ୍ ରେଜିଷ୍ଟ୍ରେସନ ଅଫିସରେ ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ଜମିଜମା ରେଜେଷ୍ଟ୍ରି କରାଯିବ ବୋଲି ସୂଚନା ରହିଛି। ଅନ୍ୟପକ୍ଷରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏହି ଉଦଘାଟନୀ ଉତ୍ସବର ଅତିଥି ଭାବେ ନିମନ୍ତ୍ରୀତ ହୋଇଥିଲେ କିନ୍ତୁ ସେମାନେ ପହଞ୍ଚିବା ପୂର୍ବରୁ ସଭା ସାଙ୍ଗ ହୋଇ ଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଯାଇଛି। ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରି ପରେ ବାଦଦେଇ ଉଦଘାଟନୀ ଉତ୍ସବ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.