ଜୁନାଗଡ଼କୁ ହରାଇ କୋରାପୁଟ କାଠଗଡା ଚାମ୍ପିଅନ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ଟେମରୀ ପଞ୍ଚାୟତ ଖଲିଆଭଟା ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ମୋଟେର ମଣ୍ଡି ଖେଳ ପଡିଆରେ ଚାଲିଥିବା ରେଡ୍ ଟେନିସ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ୍ ସହ ଉଦଯାପିତ ହୋଇଛି।ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ ଯୋଗଦେଇ ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ମ୍ୟାଚ୍ କୋରାପୁଟ କାଠଗଡା ବନାମ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।କାଠଗଡା ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ ର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୧୧୬ ରନ ସଂଗ୍ରହ କରିଥିଲା ।ଜବାବରେ ଜୁନାଗଡ଼ ଟିମ ବିଜୟ ଲକ୍ଷ୍ୟ ହାସଲ କରି ନ ପାରି ୯୦ ରନ ରେ ସୀମିତି ରହିଗଲା।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ସମେତ ସମ୍ମାନୀତ ଅତିଥି ଭାବେ ସମାଜସେବୀ ବନ୍ଧୁସ ଶବର, ନାଏବ ସରପଞ୍ଚ ଶିବ ନାଏକ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ।ଫାଇନାଲ ମ୍ୟାଚ କୁ ତାରିଣୀ ସିଂହ ଓ ସୁଦାମ ଶବର ପରିଚାଳନା କରିଥିବା ବେଳେ ବିଶ୍ୱରଞ୍ଜନ ତାଣ୍ଡି ଓ ବବଲୁ ସିଂହ ସ୍କୋରବୋର୍ଡ ସମ୍ଭାଳିଥିଲେ।ଓଡ଼ିଆରେ ଦୀନବନ୍ଧୁ ବିହାରୀ ଓ ହିନ୍ଦୀ ରେ ଟୁନା ଶବର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୌକିଲାଲ ଶବର, ସମ୍ପାଦକ ଶେଷଦେବ ଚଣ୍ଡି, କୋଷାଧ୍ୟକ୍ଷ ପ୍ରତାପ ସିଂହ ସକ୍ରିୟ ସହଯୋଗ କରୁଥିବା ବେଳେ ରିତେଶ, ଟୁନା, ଚୂଡ଼ାମଣି, ଚିଣ୍ଟୁ, ଦିଲୁ, ସୁଦାମ ରାହୁଲ, ଭୋଳା ଅନିଲ, ତୁଷାର, ହେମନ୍ତ, ସୁଯଂଜ୍ଞ ସମେତ ଅନୁଷ୍ଠାନ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।