୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୪ଜଣ ଆହତ

କୋକସରା,୫/୫ : କୋକସରା ୨୬ନଂ ଜାତୀୟ ରାଜପଥ ବଡପଡା ଠାରେ ଶନିବାର ସଂନ୍ଧ୍ୟା ୭ଟାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଲରେ ୪ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ ଅଲାଁଗୁଡା ଗ୍ରାମର ସତ୍ୟ ଦାସଙ୍କ ପରିବାର ଏକ ବାଇକ ଓଆର ୦୮-୯୬୯୧ରେ ମୋଟେରରୁ ନିଜ ଗାଁ ଅଲାଁଗୁଡା କୁ ଫେରୁଥିଲେ। ବିପରୀତ ଦିଗରୁ ଜୁନାଗଡ ବ୍ଳକ୍ ପଖନାଗୁଡା ଗ୍ରାମର ସୁରେନ୍ଦ୍ର ମୋହନ ସିଂ ଏକ ବାଇକରେ ଆସୁଥିବା ବେଲେ ବଡପଡା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟ ବାଇକରେ ଥିବା ୪ଜଣ ଆହତ ହୋଇଥିଲେ।ବଡପଡାର ଲୋକେ ଘଟଣା ସ୍ଥଲରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାକୁ ଚିକିତ୍ସା ପାଈଁ ପଠେଇଥିଲେ। ତନ୍ମଧ୍ୟରୁ ସତ୍ୟ ଓ ସୁରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.