ଦୈବାସୁର ସମ୍ପଦ୍ ବିଭାଗ ଯୋଗଃ : ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ରୀତା ଅପରାଜିତା ମହାନ୍ତିଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।‌‌ ପ୍ରାରମ୍ଭରେ  ସ୍ନେହ ମିଶ୍ର ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ପ୍ରଣତି ମହାପାତ୍ର ଅତିଥି ପରିଚୟ, ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ । ଷୋଡ଼ଶ ଅଧ୍ୟାୟ ଦୈବାସୁର-ସମ୍ପଦ୍- ବିଭାଗ ଯୋଗଃର ଶେଷ ଆଠଟି ଶ୍ଲୋକ ଖୁବ ସୁନ୍ଦର ଭାବରେ ଆଲୋଚନା କରିଥିଲେ ବଲାଙ୍ଗୀର ଜିଲ୍ଲାର ପଣ୍ଡିତ ପ୍ରବାଚକ ଶ୍ୟାମସୁନ୍ଦର ଦାଶ  ।ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଦାଶ ।

Omkar Vasthu
Omkar Vasthu

ପ୍ରାରମ୍ଭରେ ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ମଧୁସ୍ମିତା ବେହେରା ସ୍ବାଗତ ଭଜନ ଗାନ କରିବା ପରେ ବିଦ୍ୟୁତପ୍ରଭା ମିଶ୍ର, ବିଷ୍ଣୁପ୍ରିୟା ପଣ୍ଡା, ଅରୁଣ କୁମାର ମହାପାତ୍ର, ତରୁଣ କୁମାର ମହାପାତ୍ର ଇତ୍ୟାଦି ଚାରିଜଣ ସତସଙ୍ଗୀ ଭାଇଭଉଣୀ ଅତି ସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିଲେ ।‌

Pearl dental clinic
Near Ashish Medical Store, Bhawanipatna

ପଣ୍ଡିତ ଶ୍ୟାମସୁନ୍ଦର ଦାଶଙ୍କର ଆଲୋଚନା ଥିଲା ଏହିପରି-
ଯେଉଁ ଭକ୍ତ ଅଜ୍ଞାନରେ ବିମୋହିତ ହୋଇ, ନାନା କୁଚିନ୍ତାରେ ଭ୍ରାନ୍ତ ଚିତ୍ତ ହୋଇ, ମୋହ ଜାଲରେ ବାନ୍ଧି ହୋଇ, କାମଭୋଗରେ ଆସକ୍ତ ହୋଇଥାଆନ୍ତି ,ସେମାନେ ନର୍କରେ ପତିତ ହୁଅନ୍ତି । ଆସୁରୀ ସମ୍ପନ୍ନ ଲୋକ ହିଁ ନିଜକୁ ପ୍ରଶଂସା କରନ୍ତି । ମୂଢ଼ମାନେ ବାରମ୍ବାର ଆସୁରୀ ଯୋନି ପ୍ରାପ୍ତ ହୁଅନ୍ତି ଓ ପ୍ରଭୁଙ୍କୁ ନ ପାଇ ପୂର୍ବାପେକ୍ଷା ନିକୃଷ୍ଟ ଜନ୍ମଲାଭ କରନ୍ତି। କାମ,କ୍ରୋଧ, ଲୋଭ ଏ ତିନି ନରକର ଦ୍ବାର । ଏମାନେ ଆତ୍ମବିନାଶର ମୂଳ ଅଟନ୍ତି। ଏ ତିନିଟିକୁ ପରିତ୍ୟାଗ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି। ହେ କୌନ୍ତେୟ । ଯେଉଁ ନର ଅନ୍ଧକାରମୟ ନରକର ଦ୍ବାର ସ୍ବରୁପ କାମାଦିତ୍ରୟରୁ ମୁକ୍ତ ହୋଇ ଆତ୍ମାର ହିତ ସାଧନ କରେ, ସେ ହିଁ ପରମ ଗତି ପ୍ରାପ୍ତ ହୁଏ । ଯିଏ ଶାସ୍ତ୍ରବିଧି ତ୍ୟାଗ କରି ସ୍ବେଛାଚାରୀ ହୋଇ କର୍ମ କରେ,ସେ ସିଦ୍ଧି, ସୁଖ ଓ ପରମ ଗତି ପାଏ ନାହିଁ । ତେବେ କାର୍ଯ୍ୟ ଓ ଅକାର୍ଯ୍ୟ ନିର୍ଣ୍ଣୟ ବିଷୟରେ ଶାସ୍ତ୍ର ତୁମର ପ୍ରମାଣ ଅଟେ ।

Udyog Nursery
Udyogi Nursery

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.