ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିଠୁ ଆରମ୍ଭ ଚାଷ କାମ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ।
ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ।
ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା। ସେହିଭଳି ବଳଦକୁ ଗାଧୋଇ, ତା ମୁଣ୍ଡରେ ସିନ୍ଦୁର ହଳଦି ଲଗାଇ ପୂଜାର୍ଚ୍ଚନା କରାଯାଏ। ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ। ମାଟି ମାକୁ ମୁଣ୍ଡିଆ ମାରି ସୁନା ଫସଲ ଫଳାଇବାକୁ ଆରମ୍ଭ କରିଥାନ୍ତି ପରିଶ୍ରମ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇