ଲାଂଜିଗଡ,୭/୫ : ସର୍ବଭାରତୀୟ ସ୍ତରରେ ସିବିଏସ୍ଇ ଦଶମ ପରୀକ୍ଷା ଫଳରେ ପ୍ରକାଶ ପାଇଛି । ସ୍କୁଲର ଛାତ୍ରୀ ଲିପ୍ସାରାଣୀ ପାତ୍ର ୯୮.୬ ପ୍ରତିଶତ ମାର୍କ ରଖି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ସେହିପରି ସ୍କୁଲର ୪୧ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୯ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ ଦୁଇଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ସଫଳତାର ପଥରେ ଆଗାମୀ ଦିନରେ ଏହି ସ୍କୁଲକୁ ଅନେକ ରାସ୍ତା ଅତିକ୍ରମ କରିବାର ଅଛି ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି ଶ୍ରୀମତୀ ଚକ୍ରବର୍ତ୍ତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ଠାରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡିଏଭି ବେଦାନ୍ତ ଇଣ୍ଟର ନେସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଆଦିବାସୀ ଅଞ୍ଚଳରେ ଥିବା ଏହି ସ୍କୁଲ ଅତୀତରେ ଅନେକ ସଫଳତା ହାସଲ କରିଥିବାବେଳେ ଏଥର ପରୀକ୍ଷା ଫଳକୁ ନେଇ ଅଭିଭାବକ ମହଲରେ ଖୁସିର ମାହୋଲ ଖେଳିଯାଇଛି । ଏ ନେଇ ଅଭିଭାବକମାନେ ସ୍କୁଲର ଅଧ୍ୟକ୍ଷା ଶୁକ୍ଲା ଚକ୍ରବର୍ତ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇