ଅକ୍ଷୟ ତୃତୀୟା ଅବସରରେ ଜିଲ୍ଳାସ୍ତରୀୟ କୃଷକ ଦିବସ : ଅକ୍ଷୀମୁଠି ବିଂଛି ଶୁଭାରମ୍ଭ କଲେ ଜିଲ୍ଳାପାଳ

ଭଲ ଫସଲ କରି ଅମଳ କରିବା ପାଇଁ ଚାଷୀଙ୍କୁ ଦେଲେ ପରାମର୍ଶ

ରାୟଗଡ /କଲ୍ୟାଣସିଂହପୁର ,୭/୫ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଳାସ୍ତରୀୟ କୃଷକ ଦିବସ ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ପଂଚାୟତରେ ଥିବା ସହକାରୀ କୃଷି ଫାର୍ମ ଠାରେ ଭାରପ୍ରାପ୍ତ ଜିଲ୍ଳା କୃଷି ଉପନିର୍ଦ୍ଦେଶକ କୃଷ୍ଣକାନ୍ତ ସିଂଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାର୍ମରେ ଥିବା ଜମିରେ ଅକ୍ଷିମୁଠି ବା ବିହନ ବୁଣି ହଳ ବୁଲାଇଥିଲେ ।

 

ଚଳିତ ବର୍ଷ ଚାଷିଭାଇମାନେ ଭଲ ଫସଲ ଅମଳ କରି ନିଜର ଆର୍ଥିକ ସ୍ୱଚ୍ଛଳତାକୁ ସୁଦୃଢ କରିବା ସହ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୁଅନ୍ତୁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ପୂଜକ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାପାଠ ଓ ହୋମଯଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଆନନ୍ଦ ଚନ୍ଦ୍ର ସାହୁ, ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଳିକ, କଲ୍ୟାଣସିଂହପୁର ବିଡିଓ ଅନୁପ ପଣ୍ଡା, ଅତିରିକ୍ତ ତହସିଲଦାର ଗଣେଷ ବେହେରା ,ଜିଲ୍ଳା ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର ନାଥ ବିଶ୍ୱାଳ, ଜିଲ୍ଳା ମତ୍ସ୍ୟ ଅଧିକାରୀ ଞାନେନ୍ଦ୍ର କୁମାର ରଥକିଶୋରୀ, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କୃଷି ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ସ୍ଥାନୀୟ ଅଂଚଳର ବହୁ ଚାଷୀଭାଇମାନେ ଯୋଗ ଦେଇଥିଲେ ।

ଏହାପରେ ନାରାୟଣପୁରରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ ଚାଷି ମେଳା ସହ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଚାଷୀଭାଇମାନେ କିପରି ଧାନଚାଷ ସହ ଅନେକ ଅର୍ଥକାରୀ ଫସଲ କରିପାରିବେ ସେ ନେଇ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ଯୋଜନାର ସୁବିଧାଗୁଡିକ ଉପରେ ଆଲୋକପାତ କରାଯାଇଥିଲା । ଏହି ସଭାରେ ସହକାରୀ କୃଷି ଅଧିକାରୀ ବାରିଏଲ କିସକୁ, ମୃତିକା ପରୀକ୍ଷାଗାର ଅଧିକାରୀ ଞାନରଂଜନ ପାଣିଗ୍ରାହୀ, ରାୟଗଡ ଏଓ ବିଭୁତିଦେନ୍ଦୁ ଦେଓ, କୃଷି ଆସିସଷ୍ଟାଂଟ ଅଧିକାରୀ ଗୈାରୀରାଣୀ ପ୍ରଧାନଙ୍କ ସମେତ ସ୍ଥାନୀୟ କୃଷି ବିଭାଗର କର୍ମଚାରୀ, ଆତ୍ମା ପ୍ରତିନିଧି ଓ ଚାଷୀଭାଇମାନେ ଉପସ୍ଥିତ ରହିଥିଲେ ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.