ଆଦିବାସୀ ସଂସ୍କୃତିର ଝଲକ : ‘ପୋଡ୍ ମରା’ ସହ ଅଖିମୁଠି ଆରମ୍ଭ

ବଲାଂଗିର/କଳାହାଣ୍ଡି/ବୌଦ/ସୋନପୁର : ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି, ବଲାଂଗିର ଓ ବୌଦ, ସୋନପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି ପୋଡ ମରା ପରଂପରା । ଆଦିମ ସମାଜର ଚିନ୍ତା ଚେତନାର ବିକାସିତ ଋପ ଭାବେ ଏହି ପାର୍ବଣ ଆଜି ମଧ୍ୟ ଆଦିବାସୀ ସମେତ ବିଭିନ୍ନ ବର୍ଗ ମଧ୍ୟରେ ଏକ ସୁପ୍ରତିଷ୍ଠିତ ଧାର୍ମିକ ପରଂପରା ଭାବେ ଆଦୃତ ହୋଇ ପ୍ରାଚୀନ ଆଦିବାସୀ ସଂସ୍କୃତିର ଜୟଗାନ କରି ତା’ର ବିଜୟ ଧ୍ବଜା ଉଡାଇ ଚାଲିଛି ।

କଳାହାଣ୍ଡି, ବଲାଂଗିର, ବୌଦ, ସୋନପୁର ଜିଲ୍ଲା ସହ ପଶ୍ଚିମ ଓଡିଶାର ବିଭିନ୍ନ ଗ୍ରାମରେ ସଂପନ୍ନ ହେଲା ପୋଡମରା

ଡଙ୍ଗର ପର୍ବତ ବର୍ଷ ସାରା ଆଦିବାସୀକୁ ଜୀବନ ଜୀବିକାର ରାହା ଦେଖାଇଥାନ୍ତି ତେଣୁ ଡଙ୍ଗର ବୁଡା, ବୁଡାରଜା, ଭୈରବ, ନିୟମରଜା ଏପରି ଅସଂକ୍ଷ୍ୟ ଦେବୀ ଦେବତା ହେଲେ ଆଦିମ ସମାଜର ଦେବତା । ସେହିପରି ଅରଣ୍ୟବାସୀ ସମାଜ ଯେତେବେଳେ କୃଷିଜିବୀ ସମାଜରେ ରୁପାନ୍ତରିତ ହୋଇଛି ସେତେବେଳେ ଆଦିମ ସମାଜର ଚିନ୍ତା ଚେତନାରେ କୃଷି, ଗୋପାଳନ ଓ ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ସହ ସହ ନାଗ୍ନୀ, ଚିରୁଗୁଣି ପିଚାସୁଣୀ ଆଦିଙ୍କ କୋପଦୃଷ୍ଟିରୁ ବର୍ତିବା ପାଇଁ ଅନେକ ଦେବାଦେବୀଙ୍କ ଉପାସନା କେଉଁ ସ୍ମରଣାତିତ କାଳରୁ ହୋଇଆସୁଛି ।

ଡୁକରୀବୁଡି, ଗଙ୍ଗାଦୀ, କଲାପାର, ଧରନୀ, ଦୁଲା, କାଲିସୁନ୍ଦରୀ, ଠେଙ୍ଗା, ମାନେକସରୀ, ବାରମୁନୀ, ମାଏଲି, ବସ୍ତରେନ୍ ଆଦି ପ୍ରକୃତି ଭିତ୍ତିକ ଦେବାଦେବୀ ମାନଙ୍କ ଉପାସନା ହୋଇଆସୁଛି, ଯାହା ଆମର ପ୍ରାଚୀନ ପରଂପରାର ଦୌତକ ହୋଇ ରହିଛି ।

ଉପରୋକ୍ତ ଦେବାଦେବୀ ମଧ୍ୟରୁ ଧରଣୀ ଦେବୀ ବା ଧର୍’ନୀ ଦେବୀ ପଶ୍ଚିମ ଓଡିଶାର ପ୍ରାୟ ପ୍ରତ୍ୟକ ଗ୍ରାମର ଗ୍ରାମଦେବୀ ଭାବେ ଉପାସିତା ହୋଇ ଆସୁଛନ୍ତି । ପରଂପରା ଅନୁକ୍ରମରେ ଅକ୍ଷତୃତୀୟା ଦିନ ଧରନୀ ଦେବୀଙ୍କ ପାଖରେ ପୋଡ ମରା ବା ପୋଡ ବଳୀ ପଡିଥାଏ ।

ଆଦିବାସୀ ସଂସ୍କୃତି ବିଶ୍ବର ଅନ୍ୟତମ ସଂମୃଦ୍ଧ ତଥା ସଂସ୍କାରିତ ସଂସ୍କୃତି ହୋଇଥିବାରୁ ଏହି ପାର୍ବଣ ହଜାର ହଜାର ବର୍ଷ ପରେ ମଧ୍ୟ ତା’ର ଆଦୃତି ହରାଇ ନାହିଁ । ପରଂନ୍ତୁ ଆଧୁନିକତାର ଚାକଚକ୍ୟ ମଧ୍ୟରେ ବି ମନୁଷ୍ୟ ଖୋଜୁଛି ଆଦିମ ସମାଜର ପ୍ରତ୍ୟକଟି ଧାରା ଯେଉଁ ଧାର ସହ ସଂନ୍ନେବେଷିତ ହୋଇ ରହିଛି ପ୍ରକୃତି ପୂଜନ, ସମାଜ ଗଠନ, ସଂସ୍କାରିତ ଓ ପରିମାର୍ଜିତ ଜୀବନଶୈଳୀ ସହ ପରସ୍ପରକୁ ଭଲପାଇବା, ମଣିଷ ପଣିଆ ଓ ସୁସ୍ଥ ସମାଜ ଗଠନର ମନ୍ତ୍ର ।

ଏସବୁ ଦୃଷ୍ଟିରୁ ଆଦିବାସୀ ସଂସ୍କୃତି ଏକ ମହାନ ସଂସ୍କୃତି ଭାବେ ଅାଜି ମାନ୍ୟତା ପ୍ରାପ୍ତ ଓ ପୋଡ ମରା ସହ ଅନ୍ୟାନ୍ୟ ପର୍ବ ମହାପାର୍ବଣରେ ଆଖ୍ୟାୟିତ ହୋଇପାରିଛି । ପୋଡ ମରା ପାର୍ବଣର ପ୍ରତ୍ୟେକଟି ଅନୁଷ୍ଠାନ ସାମାଜିକ ସଂହତି ଓ ଭାଇଚାରା ସହ ପ୍ରାଚୀନ ପରଂପରାର ବାର୍ତ୍ତା ବହନକରି ଆସୁଛି । 

ଏହି କ୍ରମରେ ବଲାଂଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ସିକାପତ୍ରାପାଲି, ଟିଟିଲାଗଡ ବ୍ଲକର ତରାସିଙ୍ଗା, ମୁରିବାହାଲ ବ୍ଲକର ଛତରଙ୍ଗ, ଗୁଡଭେଲା ବ୍ଲକର ରାନିମାଲ, ବୌଦ ଜିଲ୍ଲାର ବନ୍ଧଗୋରା, କଣ୍ଟାମାଲ ବ୍ଲକର ଦେଢେଲମାଲ, ସୋନପୁର ଜିଲ୍ଲାର ଅଁଲାପାଲି ଓ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ଜୁର୍କାଭଟା, ବାଗପୁର ସମେତ ଅନେକ ସ୍ଥାନରେ ପୋଡ ମରା ପରଂପରା ଅୟୋଜିତ ହୋଇଥିଲା ।

ଏହି ଗ୍ରାମ ସମୁହରେ ପାରଂପାରିକ ରିତି ନିତି ଅନୁସାରେ ଧରଣୀ ପୀଠ ମାନଙ୍କରେ ନୂତନ ଧରଣୀ ଖମ୍ବ ସ୍ଥାପନ, ପୂଜାର୍ଚନା ସହ ବଳି ନିତି ସଂପନ୍ନ ହୋଇଥିଲା । ଆଦିବାସୀଙ୍କ ପାରଂପାରିକ ବେଶଭୂଷା ଓ ଢାପ୍ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । 

ସ୍ବତନ୍ତ୍ର ପ୍ରତିନିଧି ଡିଜି ପ୍ରଧାନୀଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.