କଲ୍ୟାଣସିଂହପୁର ଶ୍ରୀ ଜଗନ୍ନାଥ ମନ୍ଦିରର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ଅକ୍ଷୟ ତୃତୀୟା ନିତି ସଂପନ୍ନ

ରାୟଗଡ /କଲ୍ୟାଣସିଂହପୁର /୭/୫ : ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ସଦର ମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସହ ପବିତ୍ର ଅକ୍ଷୟ ତୃତୀୟା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜାପାଠ ସହ ହୋମଯଞ କରାଯିବା ପରେ ରଥଖଳା ଠାରେ ଅଖପୂଜା ମଧ୍ୟ କରାଯାଇଥିଲା ।

ମଙ୍ଗଳବାର ସକାଳ ସମୟରେ ନୂତନ କାଠଗଣ୍ଡି ଆଣି ରଥ ଖଳାରେ ରଖି ଶ୍ରୀମନ୍ଦିର ଠାରୁ ଆଞାମାଳ ନେଇ ପୂଜକ ନରସିଂହ ତ୍ରିପାଠୀ ରୀତିନୀତି ଅନୁସାରେ ପୂଜାପାଠ କରିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୫୦୦ଭକ୍ତଙ୍କୁ ଅନ୍ନପ୍ରସାଦ ବଂଟନ କରାଯାଇଥିଲା ।

ଅକ୍ଷୟ ତୃତୀୟା ଅବସରରେ ବ୍ଳକର ଚାଷୀ ଭାଇ ମାନେ ନିଜ ନିଜ ଜମିରେ ପୂଜାପାଠ କରି ବିହନ ବୁଣି ଭଲ ଫସଲ ଅମଳ କରିବାର ଆଶା ରଖିଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in


For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.