ଷୋହଳ ପ୍ରହର ନାମ ଯଜ୍ଞ ପାଇଁଁ ଉତ୍ସବ ମୁଖରେ ଜାମଖୁଣ୍ଟା : ଆଜି ନାମ ଆରମ୍ଭ 

ସଇଁତଲା,୮/୫ : ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ପଞ୍ଚାୟତର ଜାମଖୁଣ୍ଟା ଗ୍ରମରେ ଷୋହଳ ପ୍ରହର ନାମ ଯଜ୍ଞ ଅାରମ୍ଭ ହୋଇଇ । ମଙ୍ଗଳବାର ଅଧିବାସ ଓ ଆଜି ନାମ ଆରମ୍ଭ ହୋଇଛି। ଅଧିବାସ ଦିନ ଗାଁର ଅଧିକାଂଶ ମହିଳା କଳସ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

ଏହି ନାମ ଯଜ୍ଞରେ କର୍ତ୍ତା ଭାବରେ ଗାଁ ର ଗନ୍ତିଆ ସୂର୍ଯ୍ୟ ନାରାୟଣ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ହରିପ୍ରିୟା ବଗର୍ତ୍ତୀ କର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।  ନାମ ଯଜ୍ଞ ୮ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଦିନ ପୂର୍ଣାହୁତି ହେବ ବୋଳି ପ୍ରହରୀ କମିଟି ସୂତ୍ରରୁ ପ୍ରକାଶ ।

ଏହି ନାମ ଯଜ୍ଞରେ ବିଭିନ୍ନ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇଥିବା ବେଳେ ୫ଟି ମହିଳା ଦଳ ଅଂଶ୍ରହଣ କରିଛନ୍ତି ଓ ସହଯୋଗ କରିଛନ୍ତି ସମସ୍ତ ଗ୍ରାମବାସୀ ବୃନ୍ଦ। ନାମଯଜ୍ଞ ଦେଖିବା ସହ ହରି ନାମ ଶ୍ରବଣ କରିବାକୁ ଭକ୍ତଙ୍କ ସମାଗମ ଲାଗି ରହିଛି ।

ସଇଁତଲାରୁ ଗୋକୁଳା ନନ୍ଦ ବଗର୍ତ୍ତୀ ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.