ଖୁଜେନପାଲି ଅଞ୍ଚଳରେ ଦେଶୀ ମଦ ଭାଟି ଖୋଲିବା ପ୍ରସ୍ତାବକୁ ବିରୋଧ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ଖୁଜେନପାଲି ପଞ୍ଚାୟତ ଅଂଚଳରେ ଦେଶୀ ମଦ ଭାଟି ନ ଖୋଲିବା ପାଇଁ ଦାବି କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକର ଖୁଜେନପାଲି ଗ୍ରାମ ପଞ୍ଚାୟତ ଅଧିନରେ ଏକ ଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳ ବଲାଙ୍ଗିରଙ୍କ (ଅବକାରୀ ବିଭାଗ) ପତ୍ର ସଂ. ୭୫୫ ତା.୨୫.୦୪.୨୦୨୩ ସର୍ବ ସାଧାରଣଙ୍କ ଅଭିଯୋଗ ନିମନ୍ତେ ଆସନ୍ତା ତା.୧୦.୦୫.୨୦୨୩ ମଧ୍ୟରେ କରିବା ପାଇଁ ନୋଟିସ କରିଛନ୍ତି । ଯାହାକି ବେହେରାପାଲି ବାହାର ଭାଟି ଦେଶୀ ଶାଖା ମଦ ଦୋକାନ ସ୍ଥାନାନ୍ତର ପାଇଁ ପ୍ରସ୍ତାବିତ ନୁଆ ଦୋକାନ ଠିକଣା ଖୁଜେନପାଲି ମୌଜା ଖା. ନଂ ୨୬୩/୧୯୧୫ ପ୍ଲଟ ନଂ.୨୭୩/୨୭୧୮/୨୩୬୫ ଏବଂ ୨୭୩/୨୭୧୭/୨୩୫୯ ରେ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେଠାରେ ମଦ ଦୋକାନ ଖୋଲିଲେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ । ସେହି ସ୍ଥାନରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଖେଳ ପଡିଆ ଅଛି । ଜିଲ୍ଲାର ତଥା ସହରର ଅନେକ ପ୍ରତିଯୋଗିତା ସାଙ୍ଗକୁ ସ୍କୁଲମାନଙ୍କର ବାର୍ଷିକ ଖେଳ ପ୍ରତିଯୋଗିତା ହୋଇଥାଏ । ସେହି ଅଞ୍ଚଳରେ ଅନେକ ଗୋଦାମ ଘର ରହିଛି ଯେଉଁ ଥିରେ କି ଅନେକ ଶ୍ରମିକଙ୍କ ପରିବାର ନିର୍ଭର କରନ୍ତି । ସେଥି ପାଇଁ ଖୁଜେନପାଲି ଗ୍ରାମପଞ୍ଚାୟତ ଅଧିନର ଥିବା କାଲସାଏପାଲି, ବାଗଭାଡି, ଖୁଜେନପାଲି, କୁଦେଇପାି ଇତ୍ୟାଦି ଗ୍ରାମରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀମାନେ ଲିଖିତ ଦାବି କରିଛନ୍ତି ଯେ ଏହି ଅଂଚଳରେ ମଦ ଭାଟି ଖୋଲିବା ପାଇଁ ଅନୁମତି ଦିଆ ନ ଯାଉ । ଯଦି ଏହି ଅଞ୍ଚଳରେ ମଦ ଭାଟି ଖୋଲିବା ପାଇଁ ଅନୁମତି ଦିଆଯାଏ ତେବେ ଆଗାମୀ ଦିନରେ ଜୋରଦାର ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.