ମାର୍ଶାଲ ଆର୍ଟ୍ସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ ତପନ ଗଉଡ଼ଙ୍କୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳି ତଥା ମାର୍ଶାଲ ଆର୍ଟ୍ସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ-୨୦୨୨ ତପନ ଗଉଡ଼ଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କେସିଙ୍ଗା ଏନ୍ଏସି ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ଅଧ୍ୟକ୍ଷତା କରିଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁର୍ଲ୍ଲଭ ମାହାର, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠି ଗଉଡ, କେସିଙ୍ଗା ଟାଉନ ସଭାପତି ଶୁକ୍ରୁ କଟା, ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି, ଯୁବ ଯାଦବ ନେତୃତ୍ବ ବିଜୟ ଧଙ୍ଗଡାମାଝୀ, ବ୍ଲକ ଯୁବ ଯାଦବ ସଭାପତି ଅଶୋକ ପୋଢ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଗଉଡଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଗୁଜରାତର ବିଶିଷ୍ଟ ସମାଜସେବୀ ତଥା କ୍ରିଡ଼ା ପ୍ରେମୀ ହରେଶ ଭାଇ ଏମ ଧୋକିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ସଞ୍ଜୁ ଗଉଡ଼ ଓ ସ୍ବର୍ଗତ ଭୁରି ଗଉଡ଼ଙ୍କ ସୁପୁତ୍ର ୨୫ ବର୍ଷିୟ ତପନ ଗଉଡ଼ ୨୦୨୨ରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ଓ ୨୦୨୩ରେ ଆଇଏମଏଏସ ଏସିଆନ୍ କରାଟେ ଚମ୍ପିୟନସିପରେ ରନର୍ସ ଅପ ହୋଇ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଜଣେ କରାଟେ କୋଚ୍ ଭାବରେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି । ନିକଟରେ ତାଙ୍କର ଛାତ୍ରଛାତ୍ରୀମାନେ ଗୁଜରାଟ ଷ୍ଟେଟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ସମେତ ୩ ରୌପ୍ୟ ଓ ୩ କାଂସ୍ୟ ପଦକ ହାସଲ କରିଛନ୍ତି । ତପନ ବର୍ତ୍ତମାନ ରାଜକୋଟର ଇନୋଭେଟିଭ୍ ଇଣ୍ଟରନେସନାଲ୍ କଲେଜ, ରାଜକୋଟ ଏମଏସବି ସ୍କୁଲ ସମେତ ଅନେକ ଶିକ୍ଷାନୁଷ୍ଠାନର କରାଟେ କୋଚ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ଆଜି ସେ ରାଜକୋଟରୁ ଆସି କେସିଙ୍ଗାରେ ପହଞ୍ଚିଥିଲେ । ଆଜିର ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଯାଦବମାନେ ଉପସ୍ଥିତ ଥିଲେ । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ କେସିଙ୍ଗା ବ୍ଲକ ସରପଞ୍ଚ ସଂଘର ପୂର୍ବତନ ସଭାପତି ପଙ୍କଜ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଯାଦବ ନେତୃତ୍ବ ପ୍ରତାପ ବାଗ, ବିରଞ୍ଚି ଖର୍ସେଲ, ମିହିର ନାଏକ, ତ୍ରିଲକ୍ଷ୍ୟ ନାଏକ, ତ୍ରିପୁର ନାଏକଙ୍କ ସମେତ କେସିଙ୍ଗା ଏନ୍ଏସି କାଉନସିଲର ପ୍ରକାଶ ବନଛୋର, ଭୁପିନ୍ଦ୍ର ଘିଭେଲା ଓ ଶମ୍ଭୁ ବଗର୍ତ୍ତିଙ୍କ ସମେତ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ଯାଦବମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.