ଆଇସିଏସ୍ଇ ଦଶମ ପରୀକ୍ଷାରେ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ଟପ୍ପର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଗତ ୧୩ ତାରିଖ ଦିନ ଆଇସିଏସ୍ଇ ଦଶମ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିମଳା କନଭେଣ୍ଟର ୯୬% ନମ୍ବର ରଖି ଦଶମ ଶ୍ରେଣୀ ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ବିଦ୍ୟାଳୟ ଟପ୍ପର ହୋଇଥିବା ଜଣାପଡ଼ିଛି। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ପଛରେ ଗୁରୁଜନ, ବାପାମା’, ପରିବାରବର୍ଗ ଓ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ସୁଶ୍ରୀ ବେମାଲ ଭବାନୀପାଟଣା ବାଣିଜ୍ୟ କର ବିଭାଗର କମିଶନର ଭାବେ କାର୍ଯ୍ୟରତ ତୋଫାନ ବେମାଲଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି। ସେ କୋକସରା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଭାବେ ଜଣାଶୁଣା ସ୍ଵର୍ଗତ ଭଜ ବେମାଲଙ୍କ ନାତୁଣୀ ଅଟନ୍ତି। ମାଆ ପୁଷ୍ପାଞ୍ଜଳି ବେମାଲ ଜଣେ ଗୃହିଣୀ ଓ ସେ ଝିଅର ପାଠପଢ଼ାରେ ପୂର୍ଣ୍ଣ ସହାୟତା କରୁଥିଲେ। ତାଙ୍କର ଏହି ସଫଳତାରେ ତାଙ୍କ ନିଜ ଗ୍ରାମ ଗତାବନ୍ଧ ତଥା ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.