5t ସଚୀବଙ୍କ ଗସ୍ତକୁ ନେଇ ନର୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତିି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୫ଟି ସଚୀବ ଭିକେ ପାଣ୍ଡିଆନ ୧୬ା୫ ମଙ୍ଗଳବାର ରୁ ୩୧ା୫ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ନେଇ କଳାହାଣ୍ଡି ଗ୍ରସ୍ତ କରୁଥିବା ବେଳେ ୧୯ା୫ ଶୁକ୍ରବାର ଦିନ ୫ଟି ଯୋଜନାରେ ଅନୁଦାନ ପ୍ରାପ୍ତ କର୍ଲାମୁଣ୍ଡା ବ୍ଲକର ବେଲଖଣ୍ଡି, ମ.ରାମପୁରର ସାନ୍ଦୁଲ ଏବଂ ଉତେଇ ସଙ୍ଗମ ସ୍ଥଳ ପ୍ରକଳ୍ପ ପରିଦର୍ଶନ ଓ ନର୍ଲା ବ୍ଲକ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ନର୍ଲା ହାଇସ୍କୁଲ ପଡିଆ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ନର୍ଲା ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏନେଇ ନର୍ଲା ବିଡିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ନର୍ଲା ବ୍ଲକ ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତୀ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ ପ୍ରମୁଖ ମଞ୍ଚାସୀନ ରହି ୫ଟି ସଚୀବଙ୍କ ନର୍ଲା ଗସ୍ତ କାର୍ଯ୍ୟକ୍ରମ କିଭଳି ଶୃଙ୍ଖଳିତ ଭାବରେ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଆଣିବେ ଓ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନେ ପ୍ରତ୍ୟେକ ୨୫୦ ଲୋକ ହିସାବରେ ଆଣିବେ ବୋଲି ଅନୁରୋଧ କରିଥିଲେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି । ୫ଟି ସଚୀବଙ୍କ ନର୍ଲାରେ ମଧ୍ୟାହ୍ନ ଭୋଜନର କାର୍ଯ୍ୟକ୍ରମ ରହିଥିବାରୁ ୩୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଭୋଜନର ବ୍ୟବସ୍ଥା କରିବା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ପାନୀୟ ଜଳର ସୁବ୍ୟସ୍ଥା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ପାଇଁ ନର୍ଲା ମିନି ଷ୍ଟାଡିୟମ ଠାରେ ଟେଣ୍ଟ କରାଯିବା ସହ ୫୦୦୦ ଲୋକଙ୍କ ବସିବା ପାଇଁ ଚୌକିର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଦାଇତ୍ୱ ଅର୍ପଣ କରାଯାଇଥିଲା ।

Udyog Nursery
Udyogi Nursery

ଏଥିରେ ସିଡିପିଓ ନିବାସିନୀ ବିଶ୍ୱାଳ, ମିଶନ ଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ, ବିପିଏମ୍ ସବୀର ପଧାନ, ବିପିସି ଭୋଳାନାଥ ଦାସ, ବିଦ୍ୟୁତ ବିଭାଗ ତରଫରୁ କର୍ମଚାରୀ, ବନ ବିଭାଗ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଳ, ନର୍ଲା ବନପାଳ ଭବାନୀ ନାଏକ, ନର୍ଲା କୃଷି ବିଭାଗ ତରଫରୁ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଉଦ୍ୟାନ ବିଭାଗ ତରଫରୁ ଏଏଚଓ ପ୍ରତିଭା ନାଏକ, ଗ୍ରାମ୍ୟ ଜଳ ଯୋଗାଣ ତରଫରୁ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, କନିଷ୍ଠ ଯନ୍ତ୍ରୀ ବୁଟୁ ସେଠୀ, ବିଏଲସି ସନତ କୁମାର ସାହୁ, ସରପଞ୍ଚ ମାନଙ୍କ ମଧ୍ୟରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସେରଗଡ଼ ସରପଞ୍ଚ ରାହୁଲ ସାହୁ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗୌଡ଼, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ରାକସୀ ସରପଞ୍ଚ ଯେମନ୍ତ ପୋଢ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଟେଣ୍ଟ ଓ ଷ୍ଟେଜ ହେବା ସାଙ୍ଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଷ୍ଟେଜରେ କୁଲର ଓ କାର୍ଯ୍ୟକ୍ରମ ସ୍ଥଳରେ ୫ ଗୋଟି ପାଣି ଟେଙ୍କରର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା । ଏହିଦିନ ସାବିତ୍ରୀ ଅମାବାସ୍ୟା ରହିଥିବାରୁ କାର୍ଯ୍ୟକ୍ରମକୁ ଆସୁଥିବା ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏବିଡିଓ ଦେବେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.