ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଓଡିଶା ମୋ ପରିବାର ପକ୍ଷରୁ ଆଜି ଭବାନିପାଟଣା ଜଗନ୍ନାଥ ମନ୍ଦିର ଠାରେ ୧୦୮ ଦୀପ ଦାନ କରାଯାଇଛି । ମହାପ୍ରଭୁ ସମସ୍ତ ପରିବାରକୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ଧର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଓଡିଶା ମୋ ପରିବାର କଳାହାଣ୍ଡି ଜିଲ୍ଲା ସଂଯୋଜକ ଅମିତ ଯାଦବ, ଓମ୍ ରାଉତ, ଅଙ୍କିତ ଯାଦବ , ବିକାଶ ମୁଣ୍ଡ, ଯଶୋବନ୍ତ ବେମାଲ, ଯଶୋବନ୍ତ ବେମାଲ, ବୁଲୁ ଗହୀର,କେତୁ ଯାଦବ, ପ୍ରଦୀପ ନିଆଲ, ପ୍ରଦୀପ ମହାଖୁଡ, ଜିତୁ ରାଉତ, ସୁରଜ୍ ଦାସ, ରୋମାଞ୍ଚଲ ମେହେର ପ୍ରମୁଖ ଯୋଗଦେଇଥିଲେ।