ଓଡ଼ିଶା ଟ୍ରେନ ଦୁର୍ଘଟଣା: ଉଦ୍ଧାର ଓ ସହାୟତା କାର୍ଯ୍ୟରେ ବେଦାନ୍ତର ଯୋଗଦାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ନିଲେଶ କୁମାର ନାଗ): ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସମଗ୍ର ଦେଶକୁ ଚକିତ କରି ଦେଇଛି । ଏଭଳି ଏକ ବିପଦ ସମୟରେ କେନ୍ଦ୍ର ପ୍ରଶାସନ ସହିତ ବେଦାନ୍ତ ଆଲୁମିନିୟମ ଲୋକଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଯୋଗ ଦେଇଛି । ଦୁର୍ଘଟଣା ଖବର ପାଇବା ସଙ୍ଗେ ସଙ୍ଗେ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏବଂ ଏହାର ସହଯୋଗୀ ସଂସ୍ଥା ବେଦାନ୍ତ ଫେକର ସେମାନଙ୍କ ଦଳ ଓ ଜରୁରୀକାଳୀନ ସହାୟତା ପରିଚାଳନା ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରୀ ରଖିଥିଲେ । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ପରସ୍ଥିତିରେ ତାଲିମପ୍ରାପ୍ତ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ କଂପାନିର ସୁରକ୍ଷା ଦଳର ବିଶେଷଜ୍ଞମାନେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ ଓ ସେମାନେ ଲୋକମାନଙ୍କୁ ଖାଦ୍ୟ, ଜଳ, ବସ୍ତ୍ର ଓ ଲଜିଷ୍ଟିକ ସହାୟତା ଯୋଗାଇ ଦେଇଥିଲେ । ଏହି ଦୁଃଖଦାୟକ ପରିସ୍ଥିତିରେ ସେମାନେ ୧୦୦୦ରୁ ଅଧିକ ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୩୦୦ ଲୋକଙ୍କ ଜୀବନ ବଂଚାଇବା ପାଇଁ ପ୍ରୟାସ କରିଥିଲେ ଏବଂ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଆମ୍ବୁଲାନସ ଯୋଗେ ବାହାନଗା, ସୋର, ଭଦ୍ରକ ଓ ବାଲେଶ୍ଵର ଡାକ୍ତରଖାନାକୁ ପଠାଇଥିଲେ । କମ୍ପାନି ପକ୍ଷରୁ ରକ୍ତଦାନ ପାଇଁ ମଧ୍ୟ ୨୦୦ ରୁ ଅଧିକ ସେଛାସେବୀ କର୍ମଚାରୀଙ୍କୁ ସଂଗ୍ରହ କରାଯାଇଥିଲା, ଯେଉଁମାନେ ହସପିଟାଲକୁ ଯାଇ ରୋଗୀଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ କରିଛନ୍ତି । ଏହା ବ୍ୟତୀତ ବେଦାନ୍ତ ଆଲୁମିନିୟମ ଗତ ଦୁଇଦିନ ମଧ୍ୟରେ ହଜାର ହଜାର ଖାଦ୍ୟ ପ୍ୟାକେଟ ଓ ଗ୍ୟାଲନ ପାନୀୟ ଜଳ ଯୋଗାଇ ଦେଇଥିଲା ଯେଉଁମାନେ ଜରୁରୀକାଳୀନ ଚିକିତ୍ସା ସେବାରେ ଅଛନ୍ତି ଓ ସେମାନଙ୍କ ଯତ୍ନ ନେଉଛନ୍ତି ଓ ଦୁର୍ଘଟଣା ସ୍ଥଳରେ ଦିନ ରାତି କାର୍ଯ୍ୟ କରୁଛନ୍ତି । ଡାକ୍ତରଖାନାରେ ଭର୍ତି ହୋଇଥିବା ରୋଗୀଙ୍କୁ କମ୍ପାନି ପକ୍ଷରୁ ୫୦୦ରୁ ଅଧିକ ପୋଷାକ ଦାନ କରାଯାଇଛି । ବେଦାନ୍ତ କେବଳ ଦୁର୍ଘଟଣାରେ ଶୀକାର ହୋଇଥିବା ରୋଗୀମାନଙ୍କୁ ନୁହେଁ ବରଂ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପ୍ରଶାସନର ସେଛାସେବୀ ଓ ଲୋକମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଇଥିଲା । ଏହି ସ୍ଥାନରେ ଜଳାଭାବ ଥିବାରୁ ଏହାକୁ ଅନୁଭବ କରି ସମସ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଯୋଗାଣକୁ ବେଦାନ୍ତ ସୁନିଶ୍ଚିତ କରିଥିବା କଥା ସ୍ଥାନୀୟ ବାହାନଗା ବଜାରର ସେଛାସେବୀ ଜଗବନ୍ଧୁ ବାରିକ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.