ମହିଳା ଗୋଷ୍ଠୀର ସବସିଡ଼ି ଟଙ୍କା ହଡପ: ଅଭିଯୋଗ ପରେ ମଧ୍ୟ ନୀରବ ପ୍ରଶାସନ 

ଶେଷରେ ପୋଲିସର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତି କରିବା ପାଇଁ ମିଶନ ଶକ୍ତି ଗଠନ କରି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଓ ତାଲିମ ଦେବା ସହ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛନ୍ତି l ଏପରିକି ସ୍ୱୟଂ ସହାୟକ ଦଳ ମାନଙ୍କର ମହାସଂଘ ଗଠନ କରି ବିଭିନ୍ନ ଧନ୍ଦାମୂଳକ କାଯ୍ୟରେ ମହିଳାମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ସରକାରୀସ୍ତରରେ ପ୍ରୟାସ ଜାରୀ ରହିଛି l ଏଥି ସହିତ ମହିଳା ଗୋଷ୍ଠୀଗୁଡିକ ପରିଚାଳନାଗତ ସହାୟତା ପାଇଁ ଗ୍ରାମ୍ୟସ୍ତରରେ ସିଆରପିସିଏମ ଓ ଏମବିକେ ନିଯୁକ୍ତି କରି ଦେଇଛନ୍ତି l କିନ୍ତୁ ବିଭିନ୍ନ ସମୟରେ ସିଆରପିସିଏମ ଓ ଏମବିକେ ମାନେ ଚଞ୍ଚକତା କରି ମହିଳାମାନଙ୍କୁ ଶୋଷଣ କରୁଥିବା ସହିତ ଅର୍ଥ ଆତ୍ମସାତ କରୁଥିବାରର ଏକ ଅଭିଯୋଗ ହୋଇଛି l ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ପଞ୍ଚାୟତ ଅନ୍ତର୍ଗତ ଭୁଏପଡାର ମହିଳା ଗୋଷ୍ଠୀର ୧ ଲକ୍ଷ ୬୨ ହଜାର ସବସିଡ଼ି ଟଙ୍କା ହଡପ ହୋଇଥିବା ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଜାଣି ଶୁଣି ନୀରବ ରହିବା ଯୋଗୁଁ ଶେଷରେ ମହିଳାମାନେ ସଇଁତଲା ପୋଲିସର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି l ପ୍ରକାଶ ଯେ, ଭୁଏପଡା ଗ୍ରାମର ଦୀର୍ଘ ଦିନ ହେବ ୧୧ ଗୋଟି ସ୍ୱୟଂ ସହାୟକ ଦଳ ଗଠନ ହୋଇଥିଲା l ସେଗୁଡିକୁ ମିଶନ ଶକ୍ତି ମାଧ୍ୟରେ ଏକତ୍ରିତ କରି ମହାସଂଘ ଗଠନ କରାଯାଇ ଆୟ ବୃଦ୍ଧି କରିବା ପାଇଁ ଗ୍ରାମରେ ଥିବା ଏକ ଝାଞ୍ଜିରୀ କଟାକୁ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା l ଯାହାଫଳରେ ସେମାନେ ଦୀର୍ଘ ୫ ବର୍ଷ ହେବ ଉକ୍ତ କଟା ମାଛ ଚାଷ କରି ଆର୍ଥିକ ସଵାଲମ୍ବୀ ହେଉଥିଲେ l ସେହି କ୍ରମରେ ୨୦୨୨-୨୩ ବର୍ଷରେ ମଧ୍ୟ ଗ୍ରାମର ମା ସରସ୍ବତୀ ମହିଳା ଗୋଷ୍ଠୀ ନାମରେ ନିଲାମ ଡାକ ନେଇ ମାଛ ଚାଷ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ବାବଦକୁ ମସ୍ୟ ବିଭାଗ ତରଫରୁ ୧ ଲକ୍ଷ ୬୨ ହଜାର ସବସିଡ଼ି ଟଙ୍କା ମା ସରସ୍ବତୀ ଦଳର ବେଲଗାଁ ଉତ୍କଳ ବ୍ୟାଙ୍କର ଜମା ଖାତା ନଂ 84028540949 ରେ ଜମା ହୋଇଥିବା ଗୋଷ୍ଠୀର ମହିଳାମାନେ ଜାଣିବାକୁ ପାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଭୁଏପଡାର ମହିଳା ଗୋଷ୍ଠୀକୁ ସହଯୋଗ କରୁଥିବା ସିଆରପିସିଏମ ମା ସରସ୍ବତୀ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଭୂତେଇ ବାକି ୯ ଜଣ ସଭ୍ୟାଙ୍କ ଜାଲ ଦସ୍ତଖତ କରି ପ୍ରଥମେ ୧୨.୦୨.୨୩ ରେ ୮୭୭୫୦ ଟଙ୍କା ଓ ଦ୍ଵିତୀୟ କିସ୍ତିରେ ତାରିଖ ୧୭.୦୪.୨୦୨୩ ରେ ୮୩୨୫୦ ଟଙ୍କା ସବସିଡ଼ି ଟଙ୍କା ବ୍ୟାଙ୍କରୁ ଉଠାଇ ନେଇଥିବା ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି l ଯାହାକୁ ନେଇ ସିଆରପିସିଏମଙ୍କୁ କହିବାରୁ ସେ ଗ୍ରୁପର ମହିଳାମାନଙ୍କ ସହ ମହାସଂଘର ସମସ୍ତ ମହିଳାମାନଙ୍କୁ ଧମକ ଚମକ ଦେବା ସହ ଗାଳିଗୁଲଜ କରିବା ସହ ଏହି ଟଙ୍କା ତୁମର କୋଣସି ଅଧିକାର ନାହିଁ ବୋଲି କହିଥିଲେ l ଏହାପରେ ମହିଳାମାନେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଭିଯୋଗ ଜନ ଶୁଣାଣୀ ସମୟରେ ଅଭିଯୋଗ କରିଥିଲେ ସୁଦ୍ଧା କୋଣସି ପ୍ରକାର ସୁଫଳ ମିଳିନାହିଁ l ଯାହା ସରକାରଙ୍କ ଅତି ଲୋକ ପ୍ରିୟ ମିଶନ ଶକ୍ତି ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଫଳରେ ମହିଳାମାନେ ନିରାଶ ହୋଇ ସଇଁତଲା ପୋଲିସର ଦ୍ୱାରସ୍ଥ ହୋଇଛନ୍ତି l ଯଦି ପ୍ରଶାସନ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମହିଳା ଗୋଷ୍ଠୀର ନମିତା ଭୁଏ, ଭାନୁମତି ଭୁଏ, ପୁଷ୍ପା ଭୁଏ, ଯୁବତୀ ଗହୀର , ଟିକେମନି ଭୁଏ, ବୀଣାପାଣି ଭୁଏ, ସସ୍ମିତା ଭୁଏ, ସମାରୀ ଭୁଏ, ଗୀତାଞ୍ଜଳି ଭୁଏ, ସବିତା ଭୁଏ, ସାବିତ୍ରୀ ଭୁଏ, କୋଶଲ୍ୟ ଭୁଏ, କନକ ଭୁଏ, ସୁକାନ୍ତି ଭୁଏ, କୁନି ନାଗ ଙ୍କ ସମେତ ଗୋଷ୍ଠୀର ମହିଳା ସଭ୍ୟାମାନେ ଦାବୀ କରିଛନ୍ତି l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.