“ରକ୍ତ ଦିଅ, ପ୍ଲାଜମା ଦିଅ, ଜୀବନ ବଞ୍ଚାଅ, ବାରମ୍ବାର ବଞ୍ଚାଅ”

କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ତରଫରୁ ବିଶ୍ବ ରକ୍ତଦାତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଅନଲାଇନ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ରକ୍ତଦାତା ଦିବସର ବାର୍ତ୍ତା ଥିଲା “ରକ୍ତ ଦିଅ, ପ୍ଲାଜମା ଦିଅ, ଜୀବନ ବଞ୍ଚାଅ, ବାରମ୍ବାର ବଞ୍ଚାଅ”।ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦେଇ ବହୁ ସଂଖ୍ୟା ରେ ରକ୍ତଦାତାମାନେ ସ୍ବେଛାକୃତଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ଓ ଜିଲ୍ଲାରେ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଆବଶ୍ୟକତା ରହିଛି ବୋଲି ଅଭିହିତ କରି ଏହା ଦ୍ବାରା ଗ୍ରାମାଞ୍ଚଳରୁ ଅଧିକ ପରିମାଣରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ଯୁବରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ  ସଂପ୍ରତି ବାହାନଗା ମର୍ମନ୍ତୁଦ ରେଳ  ଦୂର୍ଘଟଣାର ପୀଡିତ ମାନଙ୍କ ପାଇଁ ଯୁବରେଡକ୍ରସ ସ୍ବେଚ୍ଛାସେବୀ ମାନେ ଅଦ୍ଭୂତପୂର୍ବ ସେବା ଯୋଗାଇଥିବାରୁ ସେମାନଙ୍କୁ ପ୍ରଶଂସା କରିବା ସହିତ ଯୁବପିଢ଼ି ମାନେ  ରକ୍ତଦାନ ଭଳି ମହତ କାର୍ଯ୍ୟରେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ରେଡକ୍ରସ ଶାଖାର ସଂପାଦକ ତଥା ଜରୁରୀକାଳୀନ ଅଧିକାରୀ ପ୍ରମୋଦ କୁମାର ଖିଲୋ ଜିଲ୍ଲା ରେଡକ୍ରସ ଅଭିଯାନର ସମସ୍ତ ସଚେତନ ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଜାରି ରହିବ ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିଥିବା ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଜିଲ୍ଲା ଯୁବ ରେଡକ୍ରସ ଆବାହକ ସଂପାଦକ ସଂଜିବ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ  ପ୍ରଦାନ କରିଥିବାବେଳେ ଓ ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅନଲାଇନ  ଆଲୋଚନା ଚକ୍ରରେ ମେଜର  ଜୟଦେବ ସାହୁ, ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ସସ୍ମିତା ପଟ୍ଟନାୟକ, ସୁଧିର ମୁଦୁଲି, ଆଦିତ୍ୟ ମିଶ୍ର, ପ୍ରଦୀପ ଷଢଙ୍ଗୀ, ସୁରେନ ପ୍ରଧାନ, ଜୟନ୍ତ କୁମାର ଜେନା, ଡ. ଅଜିତ ବେହେରା, ତ୍ରିଲୋଚନ ସାହୁ ,ସୁଧିର ପଣ୍ଡା, ଭବାନୀ ଶଙ୍କର ପଣ୍ଡା ସମେତ  ଜିଲ୍ଲା  ଏବଂ ରାଜ୍ୟର ଅନେକ ପରାମର୍ଶଦାତା ଓ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.