ଜାମଧରା ଗାଁ ରାସ୍ତା କଡ଼ ବୃକ୍ଷରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୋଟେନଚୁଆଁ ପଂଚାୟତ ଜାମଧରା ଗାଁ ରାସ୍ତା କଡ଼ର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି | ମୃତ ଦେହଟି ଖରିଆର ରୋଡ଼ ସହରର ୱାର୍ଡ ନମ୍ବର -୧୧ ର ସୁରେନ୍ଦ୍ର ସିଂ ଛାୱଡା (ସୋନୁ) (୪୦ବର୍ଷ) ଙ୍କ ବୋଲି ଜଣା ପଡିଛି | ଝୁଲନ୍ତା ଅବସ୍ଥାରୁ ମୃତ ଦେହ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖା ଯାଇଛି | ତେବେ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି | ଶବ ବ୍ୟବଛେଦ ପରେ ପୋଲିସ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ରହିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.