କୋକସରାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୁଷଣ, ସହକାରୀ ଜିଲ୍ଲାପାଳ ଅଭିଯୋଗ କକ୍ଷ ଧୀରଜ କୁମାର ପଟ୍ଟନାୟକ, ସିଡିଏମଓ , ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା, ପିଏ ଆଇଟିଡିଏ ଟୁନୁ ମେହେର, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୁର୍ତ୍ତ ବିଭାଗ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଭଲି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଶିବିରରେ ବ୍ଳକର ୨୨ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୬୩ ଜଣ ଲୋକେ ଆସି ଅଭିଯୋଗ ପଞ୍ଜିକରଣ କରିଥିବାବେଳେ କେତେକ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ମଧ୍ୟ ରହିଥିବା ସୂଚନା ମିଳିଛି। ଅଭିଯୋଗ ମଧ୍ୟରେ ପାଣିଗାଁ ସବରପଡାର ମହିଳାମାନେ ଆସି ରାସ୍ତା ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ସେହିପରି କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଆଦିବାସୀ ଭବନ ନିର୍ମାଣ ପାଇଁ ଭିତ୍ତିଭୂମି ଯୋଗାଇ ଦେବାପାଇଁ ଜଣାଇଥିଲେ। ଏବଂ ବିଭିନ୍ନ ସ୍ଥାନରୁ ଆବାସ ଘର ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଟଙ୍କା ମିଳି ନଥିବା ଭଳି ଅନେକ ଅଭିଯୋଗ ଆସିଥିଲା। ତେବେ ବିଭିନ୍ନ ଅଭିଯୋଗକୁ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏ ନେଇ ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.