ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଶିବରାମ ନାୟକ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଓଡ଼ଶା  ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଭୁବନେଶ୍ୱର ବାସଭବନଠାରେ ତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ। ଏହି ସାକ୍ଷାତ ଆଲୋଚନାରେ କଳାହାଣ୍ଡି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ବିଶେଷ କରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ ଓ ସୁଦୃଢ଼ କରି ଶତ ପ୍ରତିଶତ ନାମଲେଖା, ଜିରୋ ଡ୍ରପ ଆଉଟ, ଭିତ୍ତି ଭୂମିର ବିକାଶ, ଗୁଣାତ୍ମକ ଶିକ୍ଷାଦାନ, ପ୍ରତି ବିଦ୍ୟାଳୟକୁ ଛାତ୍ର ଅନୁପାତରେ ଶିକ୍ଷକ ନିଯୁକ୍ତି ଇତ୍ୟାଦି ବିଷୟରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ଏହି ସବୁ ଦିଗରେ ସଜାଗ ଅଛନ୍ତି ଓ ଆଗାମୀ ନିକଟରେ ସେ କଳାହାଣ୍ଡି ଜିଲ୍ଲା ଆସି  ଶିକ୍ଷା ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରତିଶୃତି ଦେଇଥିବା ଜଣାପଡିଛି। ଆଲୋଚନାଟି ସ୍ୱଳ୍ପ ସମୟ ପାଇଁ ହୋଇଥିଲେ ମଧ୍ୟ ବେଶ ସଫଳ ହୋଇଥିଲା ବୋଲି ଡ଼. ନାୟକଙ୍କ ଠାରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.