Me too : ମିଛ ବୋଲି ପ୍ରମାଣିତ ହେଲା ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ

ନାନା ପାଟେକରଙ୍କ ବିରୁଦ୍ଧରେ ମିଳିଲାନି କୌଣସି ପ୍ରମାଣ

 

ମୁମ୍ବାଇ : ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ଉପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଯୌନ ଶୋଷଣର ଅଭିଯୋଗ ଆଣିବାପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଭାରତରେ ମି ଠୁ ଅଭିଯାନ ସକ୍ରିୟ ହୋଇ ଉଠିଥିଲା । ଅଭିନେତା ନାନ ପାଟେକର ଏବଂ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣି ଖୁବ୍‌ ଚର୍ଚ୍ଚିତ ହୋଇଥିଲେ  ତନୁଶ୍ରୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୭ ମାସ ତଳେ ଓସିୱାରା ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତାଙ୍କ ପରେ ପରେ ବଲିଉଡ୍‌ର ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତେବେ ତନୁଶ୍ରୀଙ୍କୁ ଲୋକଙ୍କ ସମର୍ଥନ ମିଳିଥିଲେ ମଧ୍ୟ ଏବେ ସେ କରିଥିବା ଅଭିଯୋଗ ମିଛ ବୋଲି ପ୍ରମାଣ ହୋଇ ଯାଇଛି । କାରଣ ତଦନ୍ତ ପରେ ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନାହିଁ ।

Udyog Nursery
Udyogi Nursery

ଯାଞ୍ଚ ସମୟରେ ପୁଲିସ ୧୨-୧୫ଜଣ ସାକ୍ଷୀକୁ ଜେରା କରିଥିଲା । ସେମୀନଙ୍କ ମଧ୍ୟରେ ବଲିଉଡ୍ ସୁପର ଷ୍ଟାର ସଲମାନ ଖାନ୍‌ ଓ ଡ଼େଜି ଶାହା ବି ସାମିଲ ଥିଲେ । ତେବେ ସମସ୍ତଙ୍କୁ ଜେରା କରିବା ପରେ ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.