ମିଶନଶକ୍ତି ପକ୍ଷରୁ ବ୍ଳକ ସ୍ତରୀୟ ସଚେତନତା ଶିବିର: ୬୪ଟି ଏସଏଚଜିକୁ ୧ କୋଟି ୩୫ ଲକ୍ଷ ଋଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପେରେଡ଼ ପଡ଼ିଆ ଠାରେ କର୍ଲାମୁଣ୍ଡା ବିପିଏମୟୁ ଓ ମିଶନଶକ୍ତି ଓଡିଶା ସରକାରଙ୍କ ପକ୍ଷରୁ  ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଳକ ଅଧକ୍ଷ୍ୟା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ବିଡିଓ ସୂଚରିତା ମୁଗ୍ରୀ, ସ୍ୱମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଗିରିଜା ଗୁଡ଼ଲା, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ଲାମୁଣ୍ଡା ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଲ, ରିଷିଡା ୟୁକେ ବ୍ୟାଙ୍କ ଶାଖା ପରିଚାଳକ କପିଲ ପଧାନ ପ୍ରମୁଖ ଯୋଗ ଦେଇ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ତଥା ବ୍ୟାଙ୍କ ଋଣ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଳକ ୬୪ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୧କୋଟି ୩୫ ଲକ୍ଷ ୮୯ ହଜାର ଟଙ୍କା ଋଣ ମଞ୍ଜୁର କରା ଯାଇ ଚେକ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବିପିସି ବିପିନ ବାରିକ ସଂଯୋଜନା କରିଥିବା ବେଳେ ଆଇସିଡିଏସ ସୁପରଭାଇଜର କୁସୁମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିପିଏସିଏ ନେତ୍ରରାଜ ତାଣ୍ଡି, ଓଡିଶା ଜୀବନ ଜୀବିକା ମିଶନର ବିପିଏମ୍ ଲଳିତ ବିଶି, ମିଶନ ଶକ୍ତି ବ୍ଳକ ଫେଡେରେସନର ସଭାନେତ୍ରୀ ଜୟନ୍ତୀ ସାହୁ, ସମ୍ପାଦିକା ରୀନା ସାହୁଙ୍କ ସମେତ ମିଶନଶକ୍ତି ବ୍ଲକ ଓ ପଞ୍ଚାୟତ ଫେଡରେସନ କର୍ମକର୍ତ୍ତା, ସିଆରପି, ଏମବିକେ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.